ସଡକ ଦୁର୍ଘଟଣା ଜଣେରେ ମୃତ୍ୟୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡା ଥାନା ଅନ୍ତର୍ଗତ ଗଟାଙ୍ଗି ଘାଟିରେ ଏକ ମୋଟର ସାଇକେଲ ଗୋଟିଏ ଗଛରେ ପିଟି ହୋଇ ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ଜଣଙ୍କ ନରେନ୍ଦ୍ର କହଁର(୨୮) ଓ ଫିରିଙ୍ଗିଆ ଅଂଚଳର ବୋଲି ଜଣା ପଡିଛି । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି କେଶ ନମ୍ବର ୨୨ରେ ମାମଲା ରୁଜୁକରି ତଦନ୍ତ କରୁଥିବା ସୁଚନା ଦେଇଛନ୍ତି ।


