ସଡକ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ନଂ ୨ ତଥା ଜୁରୁଡି ଲାଲ୍ ଗେଟ୍ ଛକ ନିକଟ ରାସ୍ତାରେ ଶନିବାର ଦିନ ୧୨.୩୦ ମିନିଟ ସମୟରେ ରେ ହାଇଓା- ଡମ୍ପର ଧକାରେ ହାଇଓା ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଡମ୍ପର ନଂ ଓଆର୦୯ ଜେ୯୮୩୭ ବାଂଶପାଣି ଆଡୁ ଜୁରୁଡି ଅଭିମୁଖେ ଯାଉଥିବା ବେଳେ ବୀପରୀତ ଦିଗରୁ ହାଇଓା ଟ୍ରକ ନଂ ଓଡି୦୯ ସି ୬୨୯୬ ଉକ୍ତ ଡମ୍ପରର ଡାଲାକୁ ଧକା ଦେଇଥିଲା । ଫଳରେ ହାଇଓା ଟ୍ରକ ଡ୍ରାଇଭର ଅରୁଣ ପ୍ରସାଦ ଟ୍ରକ ଭିତରେ ଚାପି ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ କୌଶଳ କରି ଟ୍ରକ ଭିତରୁ ଉଦ୍ଧାର କରିଥିଲେ । ଟ୍ରକ ଭିତରେ ଡ୍ରାଇଭର ଅରୁଣ ଚାପି ହୋଇଯିବାରୁ ତାଙ୍କର ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ ଯୋଡା ଓ ବାମେବାରୀ ଦୁଇ ଥାନା ଅଂଚଳ ପାଇଁ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନାହିଁ ବୋଲି କୁହାଯାଇଥିଲା । ଡ୍ରାଇଭର ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାଙ୍କୁ କେହି ହେଲେ ଡାକ୍ତରଖାନାକୁ ନେବା ପାଇଁ ଚେଷ୍ଟା କରିନଥିଲେ । ବହୁ ବିଳମ୍ବରେ ପୋଲିସ ପହନଚି ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ