ସଡକ ଦୂର୍ଘଟଣାରେ ଜଣେ ମୃତ ଜଣେ ଗୁରତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ନନ୍ଦୁ ଢାବା ନିକଟରେ ମୋଟର ସାଇକଲ ଧକ୍କାରେ ଜଣେ ସାଇକଲ ଆରୋହି ମୃତ୍ୟୁବରଣ କରିଥିବା ବେଳେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮\’ ଟାରୁ ୮.୩୦ ମି. ମଧ୍ୟରେ ଜେଏଚ୍-୦୫-ବିଇ ୫୯୭୧ ନଂ ବିଶିଷ୍ଠ ପଲସର ବାଇକ ରେ ସାନ ଡାଳିମା ଗ୍ରାମର ବୁତ୍ରୁ ପାତ୍ର ପ୍ରତ୍ୟକ ଦିନ ପରି ଘରକୁ ଫେରୁଥିବା ସମୟରେ ସାମନା ପଟୁ ଆସୁଥିବା ଏକ ଟ୍ରକର ହେଡ୍ ଲାଇଟ ଆଖିରେ ପଡିବାରୁ ସାମନାରେ ଥିବା ସାଇକଲ ଆରୋହୀ କୁ ଦେଖି ନପାରି ଧକ୍କା ଦେଇଥିଲେ । ଫଳରେ ସାଇକଲ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବାବେଳେ ମୋଟର ସାଇକଲ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ବହଳଦା ଡାକ୍ତଖାନା ନିଆଯାଇଥିଲା ହେଲେ ସେଠାରେ ବଡଡାଳିମା ନିକଟ ନେକଡା ସାହି ଗ୍ରାମର ରାମଚନ୍ଦ୍ର ଧଳ ୫୨\’ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ବୁତ୍ରୁ ପାତ୍ର\’ଙ୍କୁ ଅଧିକ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ