ସଡକ ଦୂର୍ଘଟଣାରେ ୧୩ ମୃତ ,ଅନେକ ଗୁରୁତର
କୁନ୍ନୂଲ : ଆନ୍ଧ୍ରପ୍ରଦେଶର କୁନ୍ନୁଲ ଠାରେ ଏକ ଘରୋଇ ବସ ଓ ଏସୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୧୩ ଜଣ ମୃତ ବରଣ କରିଥିବା ବେଳେ ଏହି ଦୂର୍ଘଟଣାରେ ଅନେକ ଗୁରୁତର ଆହାତ ହୋଇ୍ଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ସମସ୍ତ ଯାତ୍ରୀ ଗୋଟିଏ ଗ୍ରାମର ବୋଲି ଧରାପଡିଛି । ଗୋଡ୍ୱାଲ ଜିଲ୍ଲାର ରାମଭରମ ଗ୍ରାମ ବାସିନ୍ଦା ଏକ ବାହାଘରରେ ଯୋଗ ଦେବାକୁ ବସ ଯୋଗ ଦେଇ ବାହାଘର ସରିଲା ପରେ ବସରେ ବସି ଫେରିଲା ପରେ ଏହି ଦୂର୍ଘଟଣା ଘଟିଥିଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର ଶୋକ ପ୍ରକାଶ କରିବା ସହ ଆହାତ ମାନଙ୍କର ମାଗଣା ଚିକିସ୍ରା ନିମନ୍ତେ କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।