ସଡକ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ପାଠ ପଢାଇଲେ ଟ୍ରାଫିକ ପୋଲିସ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଥାନା ପକ୍ଷରୁ ପୋଲିସ କର୍ମାଚାରୀଙ୍କ ଦ୍ୱାରା ଏକ ଟ୍ରାଫିକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ଟ୍ରାଫିକ ଡିଏସପି ସାର୍ଥକ ରଏ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ମାଧ୍ୟମରେ ସହରର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ନୂତନ ମୋଟର ଯାନ ଆଇନ ଓ ଟ୍ରାଫିକ ନିୟମ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ସହ ହେଲମେଟ ବ୍ୟବହାର କରିବା . ମୋବାଇଲର ବ୍ୟବହାର ନକରିବା , ୪ ଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟ ବ୍ୟବହାର କରିବା ଇତ୍ୟାଦି ବିଭିନ୍ନ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଯାଇଥିଲା । ସୁଚନାଯୋଗ୍ୟ , ଆସନ୍ତା ଡିସେମ୍ବର ୧ରୁ ପୁଣି ଟ୍ରାଫିକ ନିୟମ କଡାକଡି ଲାଗୁ ହେବ ।