ସଡଙ୍ଗରେ ଚାରଣ ଗୋଷ୍ଠୀର ସତସଙ୍ଗ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଡଙ୍ଗ ଠାରେ କେନ୍ଦୁଝର ଜିଲ୍ଲା ଚାରଣ ଗୋଷ୍ଠୀର କୁଶଳେଶ୍ୱର ମଣ୍ଡଳ ସଡଙ୍ଗ ଶାଖାର ଏକ ସତସଙ୍ଗ ଗର୍ଯେ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାରଣଗୋଷ୍ଠୀର ନୀତି ନିୟମକୁ ପାଳନ କରି କେନ୍ଦୁଝର ଜିଲ୍ଲା ଚାରଣ ସଂଗଠକ ତପନ କୁମାର ନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାପ୍ରଭୁଙ୍କ ନାମ ସଙ୍କିର୍ତ୍ତନ ବିଷ୍ଣୁ ସହଶ୍ର ନାମ ସ୍ତ୍ରୋତମ, ଗୀତାର ପଞ୍ଚଦଶ ଅଧ୍ୟାୟ, ଶ୍ରୀ ହନୁମାନ ଚାଳିଶା, ମଙ୍ଗଳ ଗୀତମ, ଭାଗବତ ପଠନ ପ୍ରବଚନ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । କିଭଳି ଯୁବ ପିଢ଼ୀ ଏଥିପ୍ରତି ଆଗ୍ରହ ପ୍ରଦର୍ଶନ ଦେଖାଇବେ ଓ ପ୍ରତି ପଞ୍ଚାୟତରେ ଚାରଣ ଗୋଷ୍ଠୀ ଗଠନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏଥିରେ ଉଜୁଣୀ ଶାଖାର ଚାରଣ ପ୍ରବଚକ ଶତୃଘ୍ନ ଭଞ୍ଜ, ପ୍ରବଚକ ରତ୍ନାକର ପାତ୍ର, ପ୍ରମୁଖ ଯୋଗଦେଇ କିପରି ଭାଗବତୀୟ ଅଧାରରେ ଲୋକମାନେ ଜୀବନ ଅତିବାହିତ କରିବେ ସେନେଇ ନିଜର ମତ ରଖିଥିଲେ । ଏଥିରେ ଗୁଣ ସାଗର ବିଶ୍ୱାଳ, ମନ୍ମଥ ବେହେରା, ନିରାକାର ବାରିକ, ସୁରେନ୍ଦ୍ର ସେନାପତି, ନାରାୟଣ ସ୍ୱାଇଁ, ରାମଚନ୍ଦ୍ର ନାୟକ, ମଦନ ମୋହନ ନାୟକ, ରାକେଶ ସାହୁ, ରାଜେଶ ସାହୁ ପ୍ରମୁଖ ନିଜ ନିଜର ମତ ରଖିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କେନ୍ଦୁଝର ଚାରଣ ଶାଖାର ମା ଭାଇମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ