ସଡଙ୍ଗ ରେ ବିଜେପି ର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଆଜି ଶାଳଣିଆ ମଣ୍ଡଳ ବିଜେପି ପକ୍ଷରୁ ସଡଙ୍ଗରେ ଶକ୍ତିକେନ୍ଦ୍ର ପ୍ରମୁଖ କୈଳାଶ ଯେନା ଓ ମଣ୍ଡଳ ସାଧାରଣ ସମ୍ପାଦକ ଜଗନ୍ନାଥ ବାରିକଙ୍କ ମିଳିତ ସଂଯୋଜନାରେ ଶକ୍ତିକେନ୍ଦ୍ରର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ସମେତ ଅଧର ବେହେରା, ଧନେଶ୍ୱର ରାଉତ,ନୃସିଂହ ଚରଣ ପାଢ଼ୀ, କମଳ ଲୋଚନ ଯେନା, ଅନନ୍ତ ବେହେରା, ରମାକାନ୍ତ ପଢ଼ିହାରି ପ୍ରମୁଖ ଯୋଗଦେଇ ସଙ୍ଗଠନକୁ ତୃଣମୁଳ ସ୍ତରରୁ ମଜବୁତ କରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଅଵସରରେ ଏହି ପଞ୍ଚାୟତର ନନ୍ଦକିଶୋର ମାଝୀ, ଗୋପୀନାଥ ପଣ୍ଡା, କୈଳାଶ ଦାସ, ରଘୁନାଥ ଯେନା, ବାବନ ଚରଣ ଯେନା, ଦୀପକ କାଣ୍ଡି, କେଶବ ଜେନା, ପଦ୍ମନାଭ ଯେନାଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଯୁବକ ଓ ମହିଳା ବିଜେପି ରେ ସାମିଲ ହୋଇଥିଲେ। ଉପସ୍ଥିତ ନେତୃମଣ୍ଡଳୀ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏ ସାଙ୍ଗଠନିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ଯେନା,ବଳରାମ ସା, ବାବାଜୀ ମାଝୀ, ଲଷ୍ମୀନାରାୟନ ଦାସ, ସୁଧାଂଶୁ ଶେଖର ବେହେରା, ବସନ୍ତ ଯେନା, ଶ୍ରୀଧର ଯେନା, ରତ୍ନାକର ଯେନା, ସୁନାକ୍ଷୀ ଖଣ୍ଡେଇ, ସତ୍ୟଭାମା ଯେନା,ସଂଜୁଲତା ନାୟକ, ଚଂଚଲା ଯେନା, ସରସ୍ୱତୀ ଯେନା, କ୍ଷୀରୋଦିନି ଯେନା, ମନୋରମା ଯେନା, କାଳନ୍ଦୀ ଯେନା,ମାନସ ଯେନା,ଅଜୟ ନାୟକ,କମଳା କାନ୍ତ ଯେନା, କାଳନ୍ଦୀ ଯେନା,ନଟବର ଯେନା, ସୁଶାନ୍ତ ଯେନା,ସୁରଞ୍ଜନ ଯେନା ପ୍ରମୁଖ ବୁଥ ସ୍ତରୀୟ ଛାମୁଆ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।


