ସଡ଼କ ଦୁର୍ଘଟଣା ଶିକ୍ଷୟିତ୍ରୀଙ୍କ ମୃତ୍ୟୁ
ଉଦଳା,( ରାଜୀବ ବେହେରା ): ସକାଳ ସମୟ ରେ ଗଡ଼ିଗାଁ ମୁଖ୍ୟ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରାକ୍ଟର ସ୍କୁଟି ମଧ୍ୟରେ ଧକ୍କା ହୋଇଯାଇଛି l ସକାଳ ସମୟ ରେ ସ୍କୁଲ କୁ ଶିକ୍ଷୟିତ୍ରୀ ଜଣକ ଯାଉଥିବା ଗଡ଼ିଗାଁ ଗାଁ ନିକଟରେ ଘଟିଲା ବଡ ଦୁର୍ଘଟଣା l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଗଡିଗାଁ ନିକଟରେ l ସୂଚନାରୁ ଜଣାପଡିଛି ଧନପନା ଗ୍ରାମର ଦେବସ୍ମିତା ବିନ୍ଧାଣୀ ପିତା ଚକ୍ରଧର ବିନ୍ଧାଣୀ ଯିଏକି ଗଡିଗାଁ ବିଦ୍ୟlଳୟ ରେ ୩/୪ ମାସ ହେବ ନୂଆ କରି ଶିକ୍ଷକତା କରି ଆସୁଥିଲେ l ତେବେ ଆଜି ଶନିବାର ୨୨/୩/୨୫ ରିଖ ସକାଳ ସମୟରେ ଘରୁ ନିଜ ସ୍କୁଟି ଯୋଗେ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ସ୍କୁଲ ପହଞ୍ଚି ପୂର୍ବରୁ ଗଡ଼ିଗାଁ ରାସ୍ତା ରେ ମେଟାଲ ନେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରାକ୍ଟର ସ୍କୁଟି କୁ ଧକ୍କା ଦେଇ ଥିଲା, ଆଉ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିଲା, ତେବେ ଦୁର୍ଘଟଣା ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷୟିତ୍ରୀ ଜଣଙ୍କୁ ସ୍ଥାନୀୟ ଲୋକ ଏବଂ ଘର ଲୋକେ ପହଞ୍ଚି ଉଦଳା ଡାକ୍ତର ଖାନାକୁ ନେଇ ଯାଇ ଥିଲେ ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତର ବାରିପଦା ପିଆର.ଏମ ମେଡିକାଲ କୁ ସ୍ଥାନାନ୍ତର କରିଥିବା ବେଳେ, ବାରିପଦା ମେଡିକାଲ ରେ ମୃତ୍ୟୁ ବରଣ କରିଛନ୍ତି l ଖୁଣ୍ଟା ପୋଲିସ ର ତଦନ୍ତ ଜାରି ରହିଛି l ଗ୍ରାମରେ, ପରିବାର ଏବଂ ସହକର୍ମୀ ଶିକ୍ଷକ ଙ୍କ ଭିତରେ ଶୋକାକୁକ ପରିବେଶ ଦେଖିବାକୁ ମିଳିଛି l ତେବେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଟ୍ରାକ୍ଟର କୁ ପୋଲିସ କେଵେ ଧରିବାରେସଫଳ ହେଉଛି ତାହା ଦେଖିବାକୁ ବାକି ଅଛି l