ସଡ଼କ ଦୁର୍ଘଟଣା : ୨ ଗୁରୁତର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚମାଖଣ୍ଡି ଥାନା ଅଧୀନ ଟାଟା କମ୍ପାନୀ ସମ୍ମୁଖ ଜାତୀୟ ରାଜପଥରେ ବୁଧବାର ସଡ଼କ ଦୁର୍ଘଟଣା ଘଟିଛି l ଏକ ଅଜଣା ଗାଡି ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ପ୍ରକାରେ ଓଡି ୦୭ ଏକ୍ୟୁ ୧୬୯୯ ଏକ ଟିଭି ଏନ ସ୍କୁଟି ଯୋଗେ କାହ୍ନା ଦାସ ଓ ରଚନା ଦାସ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଦୁହେଁ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ l ଘଟଣାର ଖବର ପାଇ ହାଇୱେ ପେଟ୍ରୋଲିଙ୍ଗ ଗାଡିର ଏସପିଓ ଭାବଗ୍ରାହୀ ବିଶ୍ୱାଳ ଓ ଶୁଭମ କୁମାରଙ୍କ ସମେତ ଚମାଖଣ୍ଡି ଥାନା ପୋଲିସ ପହଂଚି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ l