ସଡ଼କ ଦୁର୍ଘଟଣା : ୬ ଆହାତ , ୪ ଗୁରୁତର

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ସହର ଉପକଣ୍ଠ ପଥ ପାର୍ଶ୍ଵ ସେବା କେନ୍ଦ୍ର ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ଼ ୪ ଟାରେ ଯାତ୍ରୀବାହୀ ଅଟୋ ନଂ. ଓଡ଼ି ୦୭ – ଏ ଇ ୨୬୧୦ ସହ ୨ ଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ସମୁଦାୟ ୬ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ କେ. ନୂଆଗାଁ ଥାନା ଗୌଡ ଗାଁ ପଞ୍ଚାୟତ ଦାଉଣି ଗାଁ ର ଅଟୋ ଚାଳକ ମଧୁସୂଦନ ସାହୁ ଏବଂ ତାଙ୍କ  ସ୍ତ୍ରୀ ରବିନା ସାହୁ। ସେହିପରି ୨ ଟି ବାଇକ ରେ ଯାଉଥିବା ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ଗ୍ରାମର କାର୍ତ୍ତିକେଶ୍ୱର ରେଡ୍ଡୀ,ଜିତେନ୍ଦ୍ର ରେଡ୍ଡୀ ଏବଂ ଓଡ଼ା ସିଙ୍ଗୀ ଗ୍ରାମର ନରି ରେଡ୍ଡୀ,ବସନ୍ତ ପାତ୍ର ବୋଲି ଜଣାପଡିଛି। ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ସମସ୍ତ ଆହାତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଅଟୋ ଚାଳକ ମଧୁସୂଦନ ଙ୍କ ସମେତ କାର୍ତ୍ତିକେଶ୍ଵର ,ଜିତେନ୍ଦ୍ର ଏବଂ ନରି ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଅଟୋ ସମେତ ୨ ଟି ବାଇକ୍ କୁ ଜବତ କରି ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ