ସଡ଼କ ସୁରକ୍ଷା-ଜୀବନ ରକ୍ଷା ସଚେତନତା
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ରାଇରଙ୍ଗପୁର ଥାନାଧିକାରିଣୀ ରେଣୁବାଳା ସାହୁଙ୍କ ନେତୃତ୍ୱରେ ରବିବାରରୁ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ -୨୦୨୦ ସଡ଼କ ସୁରକ୍ଷା-ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଦୁଇଚକିଆ ଯାନର ହେଲମେଟ ପିନ୍ଧିଥିବା ଚାଳକ ଓ ଆରୋହୀଙ୍କୁ ଗୋଲାପ ଫୁଲ ଦେଇ ଯାତ୍ରାର ଶୁଭ ମନାସି ଥିଲେ ।ବିନା ହେଲମେଟ ଧାରୀଙ୍କୁ ସତର୍କତା ଏବଂ ସଚେତନ କରାଇଥିଲେ ।କମ ସେ କମ ସଂପ୍ରତି ଓଡ଼ିଶା ସଡ଼କ ସୁରକ୍ଷା ଆଇନକୁ କଡାକଡି କରାଯିବା ନେଇ ଜନସାଧାରଣ ମାନଙ୍କୁ ଏ ଦିଗରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏହାର ସଂଗୀତା ଦାସ,ସନାତନ ଜେନା ଏବଂ ଅନ୍ୟ ଥାନା କର୍ମଚାରୀମାନେ ସହଯୋଗ କରିଥିଲେ । ମଣିଷ ଜୀବନ ଦୁର୍ଲଭ । ଦୁନିଆଁ କୁ ଆସିଛି କିଛି ଭଲ କାମ କରିବା ପାଇଁ ।ହେଲେ ବେପରୁଆ ଚଳାଇ,କାନରେ ମୋବାଇଲ ଲଗାଇ ଗାଡ଼ି ଚଳାଇ,ପେଟେ ମଦ ପିଇ ଗାଡ଼ି ଚଳାଇ,ଦୃତ ଗତିରେ ଗାଡି ଚଳାଇ ଅନ୍ୟକୁ ଧକା ଦେଇ ଦୁର୍ଘଟଣା ଘଟାଇ ମୃତ୍ୟୁ ମୁଖରେ ପଡିବା ଆଜି ନିଜ ପରିବାର ସହ ସମାଜର ଚିନ୍ତା ବଢ଼ି ଯାଇଛି ।ତେଣୁ ସମସ୍ତେ ସଡ଼କ ସୁରକ୍ଷା ଏବଂ ନିଜର ଦୁର୍ଲଭ ଜୀବନ ବଂଚାଇବାପାଇଁ କମ ସେ କମ ସତର୍କ ଓ ସଚେତନ ହେବା ଦରକାର ।


