ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ପାଳନ ଅବସରରେ ସ୍ଲୋଗାନ୍ ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା):ସଡ଼କ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଦାୟିତ୍ବପୂର୍ଣ୍ଣ ଆଚରଣକୁ ଉତ୍ସାହିତ କରିବା ନିମନ୍ତେ ସମଗ୍ର ରାଜ୍ୟରେ ଆସନ୍ତା ୨୦୨୪ ମସିହା ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ପାଳନ କରାଯିବ I ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କର ତରଫରୁ “ସଡ଼କ ସୁରକ୍ଷା, ପରିବାର ରକ୍ଷା” ବିଷୟ ଉପରେ ଏକ ସ୍ଲୋଗାନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବକୁ ଯାଉଅଛି I
ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଷୟରେ ସର୍ବାଧିକ ୧୦ଟି ଶବ୍ଦ ବିଶିଷ୍ଟ ଏକ ଉପଯୁକ୍ତ ସ୍ଲୋଗାନ୍ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଲେଖି ଜାନୁଆରୀ ୧ ତାରିଖ ସକାଳ ୧୦ ଘଟିକାରୁ ୩ ତାରିଖ ସନ୍ଧ୍ୟା ଘ.୫.୩୦ ପର୍ଯ୍ୟନ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ସ୍ଥାପିତ ବାକ୍ସରେ ପକାଇ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାଲେଶ୍ୱର ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଅଛି Iସୂଚନା ଯୋଗ୍ୟ ଯେ, ଶ୍ରେଷ୍ଠ ବିବେଚିତ ୩ ଗୋଟି ସ୍ଲୋଗାନକୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯିବ I ପୁରସ୍କାର ବାବଦକୁ ପ୍ରଥମ ୨,୦୦୦/- ଟଙ୍କା, ଦ୍ଵିତୀୟ ୧,୫୦୦/- ଟଙ୍କା ଓ ତୃତୀୟ ୧,୦୦୦/- ଟଙ୍କାର ଅର୍ଥରାଶି ସହିତ ପ୍ରତ୍ୟେକଙ୍କୁ ୧ଟି ଲେଖାଏଁ ହେଲମେଟ୍ ପ୍ରଦାନ କରାଯିବ I ଅଧିକନ୍ତୁ, ଜିଲ୍ଲାର ଶ୍ରେଷ୍ଠ ୩ଟି ସ୍ଲୋଗାନ୍ ରାଜ୍ୟସ୍ତରୀୟ ସ୍ଲୋଗାନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ପଠାଯିବ, ଯାହାକି ପୁରସ୍କାର ଯୋଗ୍ୟ ବିବେଚିତ ହେଲେ ରାଜ୍ୟସ୍ତରରେ ମଧ୍ୟ ସମ୍ବର୍ଦ୍ଧିତ କରାଯିବ I ପ୍ରତିଯୋଗୀମାମାଙ୍କୁ ସ୍ଲୋଗାନ୍ ସହ ନିଜର ଠିକଣା ଓ ମୋବାଇଲ ନମ୍ବର ଲେଖି ଏହି ବାକ୍ସରେ ପକାଇବାକୁ ଅନୁରୋଧ କରାଯାଉଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ