ସଢ଼ାରେ ସମବାୟ ବ୍ୟାଙ୍କସେବା ଓ ଋଣ କର୍ମଶାଳା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମା ସମବାୟ ସମିତି ପକ୍ଷରୁ ସମବାୟ ବ୍ୟାଙ୍କସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମିତିର ସମ୍ପାଦକ ବିଭୁତି ଭୁଷଣ ସେଠୀଙ୍କ ସଂଯୋଜନାରେ ଓ ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଏ.ଆର.ସି.ଏସ କୈଳାଶ ଚନ୍ଦ୍ର ନାୟକ, ସମ୍ବାନୀତ ଅତିଥି ଭାବେ କେସିସି ବ୍ୟାଙ୍କ ହାଟଡିହି ଶାଖାର ପରିଚାଳକ ସଲିଳ ନାୟକ, ସରପଞ୍ଚ ସୁବାସିନି ସେଠୀ, ସଢ଼ା ସରପଞ୍ଚ ସାଗରୀକା ଜେନା, ଜମ୍ଭୀରା ସରପଞ୍ଚ ଘନଶ୍ୟାମ ମଲ୍ଲିକ, ବ୍ଲକ ମତ୍ସ୍ୟ ଅଧିକାରୀ, କୃଷି କର୍ମଚାରୀ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚାଷୀ ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣନେଇ ଚାଷକରିବା ସହିତ ପଶୁପାଳନ, କୁକୁଡାଚାଷ, ଆଦି ଲାଭଜନକ ଚାଷ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଉପସଭାପତି ଖୁଲଣା ରାଉତ, ନିଦେ୍ର୍ଦଶକ ବନମାଳୀ ଦାସ, ସନ୍ତୋଷ ଜେନା, ଶ୍ରୀଧର ଜେନା, କାହ୍ନୁ ହୋ, ପ୍ରଭାତ ରାଉତ, ଅନିରୁଦ୍ଧ ଜେନା, କାଳନ୍ଦୀ ଜେନା, ଦୁର୍ଯ୍ୟୋଧନ ଜେନା, ସୁଶାନ୍ତ ସାହୁ, କମଳା ପାତ୍ର, ଅନନ୍ତ ଚରଣ ପହି, ଅନୁପ ମାଝୀ, ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ସୁନ୍ଦରାପାଳ ହାଇସ୍କୁଲର ଖେଳ ଶିକ୍ଷକ ସତ୍ୟବ୍ରତ ସାମଲ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ସମିତିରୁ ଚାଷୀମାନେ ବାସ୍ତବରେ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତି ବୋଲି ନିଦେ୍ର୍ଦଶକ ମାନେ ଅଭିଯୋଗ କରିଥିଲେ । ତେଣୁ ଏହି କର୍ମଶଳାରେ ଯୋଗଦେଇଥିବା ଅଧିକାରୀ ମାନେ ଅବାସ୍ତବ ଭାଷଣ ନଦେଇ ଏହି ସମିତିର କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟି ଦେବାକୁ ସେମାନେ ଦାବି କରିଥିଲେ ।