ସଢ଼ା ପଞ୍ଚାୟତରେ ସଭା ନହୋଇ ହେଉଛି ରେଜୁଲେସନ, ବିଡିଓଙ୍କୁ ଦାବିପତ୍ର ଦେଲେ ୱାର୍ଡସଭ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସଢ଼ା ପଞ୍ଚାୟତର ପିଇଓଙ୍କ ମନମାନିକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପଞ୍ଚାୟତର ପିଇଓ ଗତ ୬ମାସ ହେଲା ବୈଠକ ଡାକି ନଥିଲେ ମଧ୍ୟ ସଭା ବହିରେ ବୈଠକ ହୋଇଥିବା ଦର୍ଶାଇ ରେଜୁଲେସନ ଲେଖି ୱାର୍ଡ ସଭ୍ୟ ସଭ୍ୟାଙ୍କ ଠାରୁ ଦସ୍ତଖତ କରାଉଛନ୍ତି । ପଞ୍ଚାୟତ କର୍ମଚାରୀ ଆଜି ୱାସଭ୍ୟ ସଭ୍ୟାଙ୍କ ଠାରୁ ଘର ଘର ବୁଲି ଦସ୍ତଖତ କରାଉଥିବାବେଳେ କିଛି ୱାର୍ଡସଭ୍ୟ ସଭ୍ୟା ରେଜୁଲେସନ ବହି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ଏଥିରେ ଅନକେ ଅନିୟମିତତା ହୋିଥିବା ସହ ୧୮ପୃଷ୍ଠା ଖାଲି ଚାଡି ଦେଇ ତା ପରଠାରୁ ଦସ୍ତଖତ କରାଯାଉଛି । ଏପରିକି ବୈଠକ ନହୋଇ ମଧ୍ୟ ରେଜୁଲେସନରେ ସଭା ହୋଇଥିବା ଦର୍ଶାଯାଇ ଅନେକ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରାଯାଇଥିବା ଲେଖାଯାଇ ସରପଞ୍ଚ ଓ ପିଇଓଙ୍କ ଦସ୍ତଖତ କରାଯାଇଛି । ଏବଂ ଗାଁ ଗାଁ ବୁଲି ଏଥିରେ ୱାର୍ଡସଭ୍ୟସଭ୍ୟା ମାନଙ୍କୁ ଦସ୍ତଖତ କରାଇବାକୁ ବାଧ୍ୟ କରାଯାଉଛି । ତେଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରଶ୍ମିତା ସା, ଉମାକାନ୍ତ ଜେନା, ଲିଲିବାଳା ନାୟକ, ମମତା ପାତ୍ର, ଅର୍ଚ୍ଚନା ପ୍ରୀୟଦର୍ଶନୀ ଜେନା, ପ୍ରଭାତ କୁମାର ମଲ୍ଲିକ, ସନ୍ଧ୍ୟାରାଣୀ ଜେନା, ସରସ୍ୱତୀ ନାଇକ ପ୍ରମୁଖ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ