ସଢ଼ା ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ୍ ସଢ଼ା ସ୍ଥିତ ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ, ମୁଖ୍ୟଅତିଥି ଭାବେ ସୁନ୍ଦରାପାଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଳା ରାଉତ, ମୁଖ୍ୟବକ୍ତା ଭାବେ ସଢ଼ା ଶାରଦେଈ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସତ୍ୟଭାମା ଦେଓ, ସମ୍ମାନୀତ ଅତିଥି ଏସଏମସି ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ଦାସ, ସି.ଆର.ସି.ସି କୃଷ୍ଣଚନ୍ଦ୍ର ନାଇକ ପ୍ରମୁଖ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରି କ୍ରୀଡ଼ା ଶାରୀରିକ ଫୁର୍ତ୍ତି ଓ ମନର କ୍ଲାନ୍ତ ଦୂର ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବ ଡ଼ିଆଁ, ଦିଷ୍କସ ଥ୍ରୋ, ଆଦି ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା। ଏହାର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଓଷ୍ଟାର ସହ-ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ମୁଖ୍ୟବକ୍ତା ଭାବେ ପୂର୍ବତନ ଖେଳ ଶିକ୍ଷକ ଗଣନାଥ ସା, ସମ୍ମାନୀତ ଅତିଥିଭାବେ ଓଷ୍ଟା ହାଟଡ଼ିହି ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ସିଆରସିସି କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ନୟନବାଳା ନାୟକ, ନବଘନ ନାୟକ, ସ୍ୱାତୀ ସୁଚରିତା ବେହେରା, ସୁଷମା ମିଶ୍ର, ବାସନ୍ତୀ ଜେନା, ଆଶିଷ ରଞ୍ଜନ ଦାସ, ନିବେଦିତା ଚନ୍ଦ୍ରକଳା ଦେବୀ, ଖେଳ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସସ୍ମିତା ସେଠୀ, ଗୋଲକ ବିହାରୀ ପଢ଼ିଆରୀ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।


