ସତରଟି ରାଜ୍ୟରୁ ପାଞ୍ଚଶହରୁ ଉର୍ଦ୍ଧ ପ୍ରଫେସର, ଗବେଷକ, ଛାତ୍ର ଛାତ୍ରୀ ଯୋଗଦେଲେ
ମୟୁରଭଞ୍ଜ,(ମୁରାରୀ ମୋହନମହାପାତ୍ର): ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବାରିପଦା ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବାଲେଶ୍ୱର ଦ୍ୱାରା ମିଳିତ ଭାବେ ଦୁଇଦିନ ଧରି ବାଲେଶ୍ୱର ର ଗାନ୍ଧୀ ସ୍ମୃତିଭବନ ରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ଆଜି ଉଦଯାପିତ ହୋଇ ଯାଇଛି l ଉଭୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଦେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମିଜୋରାମ କେନ୍ଦୀୟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷା ବିଭାଗର ମୁଖ୍ୟ ଓ ଡିନ ପ୍ରଫେସର ବନ ବିହାରୀ ମିଶ୍ର ମୁଖ୍ୟଅତିଥିଭାବେ ଯୋଗ ଦେଇ ଶିକ୍ଷକ ଓ ଗବେଷକ ମାନଙ୍କୁ ନିଜ ବକ୍ତବ୍ୟ ରେ ଉତ୍କର୍ଷତା ର ମନ୍ତ୍ର ପ୍ରଦାନ କରିଥିଲେ l ଆବାହକ ଡକ୍ଟର ସରୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡକ୍ଟର ପ୍ରକାଶ ପ୍ରଧାନ ମହାପାତ୍ର ଦୁଇଦିନ କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ ସହକାରୀ ପ୍ରଫେସର ଉମେଶ ଚନ୍ଦ୍ର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ lଏହି ଜାତୀୟ ଆଲୋଚନା ର ଉଦ୍ଘାଟନ ଉତ୍ସବରେ ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନିକ ପ୍ରତିଷ୍ଠାନ ନୂଆ ଦିଲ୍ଲୀ ର ପ୍ରାକ୍ତନ କୁଳପତି ପ୍ରଫେସର ଜନଧୟାଲ ବି ଜି ତିଳକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଚୌଧୁରୀ, ପ୍ରଫେସର ବନବିହାରୀ ମିଶ୍ର ସମ୍ମାନିତ ବକ୍ତା,ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡକ୍ଟର ହେମନ୍ତ ଘଡେଇ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଦେଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଆବାହକ ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ, ଡକ୍ଟର ପ୍ରକାଶ ପ୍ରଧାନ ମହାପାତ୍ର ମଞ୍ଚାସିନ ଥିଲେ l ପ୍ରଥମ ଦିନ ର ଚାରୋଟି ସମlନ୍ତରାଳ ଅଧିବେଶନ ରେ ପ୍ରଫେସର ହରେକୃଷ୍ଣ ସାହୁ, ପ୍ରଫେସର ମହେଶ୍ୱର ପଣ୍ଡା, ସହକାରୀ ପ୍ରଫେସର ଡକ୍ଟର ପ୍ରଦୀପ ଚୌଧୁରୀ ପ୍ରଫେସର ନିବେଦିତା ଗୁରୁ ସଭାପତିତ୍ୱ କରିଥିବା ବେଳେ ସହକାରୀ ପ୍ରଫେସର ଜୟମାଳା ସେଠୀ, ନବୀନ କୁମାର ନାଏକ, ଡକ୍ଟର କାନ୍ତି ସେଠୀ, ଖିରୋଦ କୁମାର ଚୌଧୁରୀ, ନୈନା ସାହୁ, ଡକ୍ଟର ନିବେଦିତା ଦାସ, ଡକ୍ଟର ଚିତ୍ରସେନ ସେଠୀ, ରାଜକିଶୋର ରାଉଳ ସମୀକ୍ଷକ ଭାବେ ଯୋଗ ଦେଇଥିଲେ l ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବାଲେଶ୍ୱର ଦ୍ୱାରା “ଉଷା ” ଓ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା “ସାମାଜିକ ଗଣ ମାଧ୍ୟ୍ୟମର ପରିଣାମ” ଡ୍ରାମା ପାରିବେଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା l ଦ୍ୱିତୀୟ ଦିନ ଦୁଇଟି ସମlନ୍ତରାଳ ଅଧିବେଶନ ରେ ସହକାରୀ ପ୍ରଫେସର ସବିତାଶୋଭା ପ୍ରଧାନ, ଉମେଶ ଚନ୍ଦ୍ର ମାଝୀ, ସନ୍ଦୀପ କୁମାର ସିଂ,ସରୋଜ କୁମାର ଦାସ ସମୀକ୍ଷକ ଭାବେ ଯୋଗ ଦେଇଥିଲେ l
ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ର ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ତଥା ଡିନ ପ୍ରଫେସର ଭୁଜେନ୍ଦ୍ର ନାଥ ପଣ୍ଡା ଯୋଗ ଦେଇ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରିଥିଲେ l ପ୍ଳିନାରୀ ଆଲୋଚନା ରେ କୋଲ୍ହlଣ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡକ୍ଟର ଶିଶିର କୁମାର ବେଜ, ପ୍ରାକ୍ତନ ସିମୁଳିଆ କଲେଜ ର ପ୍ରାଧ୍ୟାପକ ଡକ୍ଟର ଅନିଲ କୁମାର ନାୟକ , ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ର ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ଯୋଗଦେଇ ନିଜର ନିବନ୍ଧ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ସହକାରୀ ପ୍ରଫେସର ଡକ୍ଟର ବନାନୀ ମହାନ୍ତି, କେ ଲଷ୍ମୀ ସେନାପତି, ଇତିଶ୍ରୀ ବାହାଳୀ, ଡକ୍ଟର କୁଳମଣି ସାହୁ, ସୁମିତ କୁମାର ଜେନା, ସୂଚୀଲିପସା ଦାସ, ବର୍ଷା ବର୍ଣ୍ଣଳୀ ପାତ୍ର, ବିଜୟ କୁମାର ସ୍ୱାଇଁ,,ଅଧ୍ୟାପକ ସଂଗ୍ରାମ କେଶରୀ କର, ପ୍ରଦୀପ କୁମାର ଦାସ ମନାଲି ପ୍ରଧାନ, ଧ୍ରୁବ ଚରଣ ମଲ୍ଲିକ ସକ୍ରିୟ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ଆକୁଣ୍ଠ ସହଯୋଗ ପାଇଁ ବାଲେଶ୍ୱର ବାସୀଙ୍କୁ ଆବାହକ ଡକ୍ଟର ସରୋଜ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି


