ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର :- ସାରା ରାଜ୍ୟରେ କୋହାଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ୩୦ ରୁ ୪୦ କିମି ବେଗରେ ପବନ ବହିବାସହ ଭଦ୍ରକ, ବାଲେଶ୍ବର , ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା,ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର ଓ ବୌଦ ଆଦି ୧୦ଟା ଜିଲାରେ ଘଡ଼ଘଡ଼ିସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଘର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୯ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ୧୦ ରୁ ଶୀତ ବଢିବ ବୋଲି ଜଣାପଡ଼ିଛି। ୧୦ ତାରିଖ ପରେ ବିଶେଷ କରି ରାତି ସମୟରେ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ହ୍ରାସ ପାଇବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ