ସତର ବର୍ଷରୁ କମ ବାଳିକା କ୍ରିକେଟ ଦଳର ଜଗତସିଂପୁର ଗସ୍ତ
ହାଟଡିହି (ଓ୍ବାଇଏନଏସ): ବିଦ୍ୟାଳୟ ସ୍ତରୀୟ ସତର ବର୍ଷ ରୁ କମ ବାଳିକା କ୍ରିକେଟ ଦଳ ରାଜ୍ୟ ସ୍ତରୀୟ କ୍ତିକେଟ ପ୍ରତିଯୋଗିତାରେ ଭାଗ ନେବାକୁ ଜଗତସିଂପୁର ଗ୍ରସ୍ତ କରିଛି। ଜିଲ୍ଲା ସ୍ତରରୁ କୃତିତ୍ୱ ଅର୍ଜନ କରିଥିବା ହାଟଡିହି ବ୍ଲକର ବାଳିକା କ୍ରିକେଟ ଟିମ୍ ର ଏକ ଷୋହଳ ଜଣିଆ ପ୍ରତିନିଧି ଦଳ କ୍ୟାପଟେନ ସାଇ ପ୍ରତୀକ୍ଷା ଜେନାଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଶାସଙ୍ଗ ହାଇସ୍କୁଲ ଠାରୁ ଗସ୍ତ ଆରମ୍ଭ କରିଛନ୍ତି। ଏହି ଦଳରେ ଶାସଙ୍ଗ ହାଇସ୍କୁଲର ୧୦ଜଣ ଛାତ୍ରୀ ଥିବାବେଳେ ବାରାହୀ ହାଇସ୍କୁଲର ଦୁଇଜଣ, ଆନନ୍ଦପୁରରୁ ଦୁଇଜଣ ଓ ଶାଳଦେଇ ହାଇସ୍କୁଲରୁ ଜଣେ ଛାତ୍ରୀ ଅଛନ୍ତି। ତାଙ୍କ ସହିତ କ୍ରୀଡା ପ୍ରଶିକ୍ଷକ ଶାନ୍ତନୁ ରାଉତ, ପଦ୍ମନାଭ ସାମଲ, ଜ୍ୟୋସ୍ନାମୟୀ ଭଞ୍ଜ ପ୍ରମୁଖ ସାମିଲ ହୋଇଛନ୍ତି। ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତିଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ସଫଳତା ନେଇ ଆଶିଷ କାମନା କରିଥିଲେ। କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଡିପିଓ ରାମକୃଷ୍ଣ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ଓଷ୍ଟା ଶିକ୍ଷକ ସଂଘର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ ପ୍ରମୁଖ ବାଳିକା କ୍ରିକେଟ ଦଳର ସଫଳତା ନେଇ ଆଶାବାଦୀ ଥିବା ବେଳେ ସେମାନଙ୍କ ଶୁଭ କାମନା କରିଛନ୍ତି।


