ସତସଙ୍ଗ କଲୋନୀଠାରେ ପକ୍କା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ରେମୁଣା ବ୍ଲକ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତସ୍ଥିତ ସତ୍ସଙ୍ଗ କଲୋନୀଠରେ ସାଂସଦ ଇଂ ରବିନ୍ଦ୍ର ଜେନାଙ୍କ ଦ୍ୱାରା ନୂତନ ପକ୍କା ରସ୍ତାର ଭିତ୍ତିପ୍ରସ୍ତର ଉଦ୍ଘାଟିତ ହୋଇଯାଇଛି । ବହୁ ପ୍ରତିକ୍ଷୀତ ଓ.ଟି ରୋଡ୍ରୁ ସତ୍ସଙ୍ଗ କଲୋନୀ ଦେଇ ଆର.ଡି ରୋଡ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ସାଂସଦଙ୍କ ପାଣ୍ଠିରୁ ୩ ଲକ୍ଷ ଏବଂ ସ୍ପେସାଲ ଫଣ୍ଡରୁ ୭ ଲକ୍ଷ ୧ ହଜାର, ସମୁଦାୟ ୧୦ ଲକ୍ଷ ୧ ହଜାର ବ୍ୟୟ ଅଟକଳରେ ପକ୍କା ରାସ୍ତା ନିର୍ମିତ ହେବାକୁ ଯାଉଛି । ଏହା ଦ୍ୱାରା ବିଗତ ୩୦ ବର୍ଷ ଧରି ଅପେକ୍ଷାରତ ସତ୍ସଙ୍ଗ କଲୋନୀର ବାସିନ୍ଦାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମରେ ରେମୁଣା ବ୍ଲକ ବିଜୁ ଜନତା ଦଳର ନୂତନ ସଭାପତି ଗୋପିନାଥ ସେନାପତିଙ୍କୁ ବିକାଶ ମଞ୍ଚ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କରଞ୍ଜିଆ ବିକାଶ ମଞ୍ଚ ସଭାପତି ମାୟାଧର ମହାଳିକ, ବିକାଶ ମଞ୍ଚ ସଂପାଦକ ପ୍ରାଣକୃଷ୍ଣ ମହାପାତ୍ର, କରଞ୍ଜିଆ ପଞ୍ଚାୟତ ସଭାପତି ଗଦାଧର ମହାଋଣା, ନାଏବ ସରପଞ୍ଚ ଜିତେନ୍ କୁମାର ଲେଙ୍କା, ୱାର୍ଡ ମେମ୍ବର ପ୍ରିତିଲତା ପାଲ ଏବଂ ବିକାଶ ମଞ୍ଚର ଅନ୍ୟ ସଭ୍ୟ ଓ କରଞ୍ଜିଆ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଂସଦଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ