ସତସଙ୍ଗ ବିହାରରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମ ମହୋତ୍ସବ
ଯୋଡ଼ା (ଯୁଗାଦ୍ଦ) : ଯୋଡା ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ସହିତ ଦ୍ୱାଦଶ ବାର୍ଷିକ ଶ୍ରିମନ୍ଦିର ଉଦ୍ବୋଧନୀ ସ୍ମ୍ରୁତି ମହୋତ୍ସବ ରବିବାର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଦୃଷ୍ଟିହୀନ ଓଏଏସ୍ ଅଧିକାରୀ ସନ୍ୟାସୀ ବେହେରା ଯୋଗ ଦେଇ ଠାକୁରଙ୍କ ନିଷ୍ଠାର ସହିତ ଭକ୍ତି କଲେ ଜୀବନରେ ଉନ୍ନତି ଘଟିବ ବୋଲି କହିଥିଲେ । ରବିବାର ସକାଳ ୮ ଘଟିକା ସମୟରେ ସତସଙ୍ଗ ବିହାର ପରିସରରୁ ଠାକୁରଙ୍କ ଏକ ସୁସଜ୍ଜିତ ଘୋଡା ରଥ ସହ କଳସ ନୃତ୍ୟ କୀର୍ତନ ଦଳ ସାମିଲ ହୋଇ ଏକ ଶୋଭା ଯାତ୍ରାରେ ବାହାରି ଯୋଡା ସହର ପରିକ୍ରମା କରିଥିଲେ । ପରେ ସତସଙ୍ଗ ବିହାର ନିକଟରେ ଏକ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୋଡା, ଚମ୍ପୁଆ, ଜୁରୁଡି, ବିଲେଇପଦା, ନାରଦପୁର, ଭଦ୍ରାସାହି ପ୍ରଭୃତି ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ସତସଙ୍ଗ ଉତ୍ସବରେ ଯୋଗ ଦେଇଥିଲେ । ଯୋଡା ସତସଙ୍ଗ ବିହାରର ସହପ୍ରତି ରିତିକ୍ ମଦନ ମୋହନ ବାରିକ ଓ ଅଶୋକ ପାଣିଗ୍ରାହୀଙ୍କ ପରିଚାଳନାରେ ଏହି ସତସଙ୍ଗ ସମାରୋହ ଅନୁଷ୍ଠିତ ହୋଇଥିଲା ।