ସତୀଶ ପାତ୍ରଙ୍କ ୭୭ ବର୍ଷ ବୟସ ଅକାଳ ବିୟୋଗ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓଡିଶାର ସୁପ୍ରସିଦ୍ଧ ଲେଖକ ଏକାଧାରରେ ସୁବକ୍ତା,ଭଜନ ଗାୟକ,ସାହିତ୍ୟିକ ସତୀଶ ପାତ୍ରଙ୍କ ୭୭ ବର୍ଷ ବୟସ ଅକାଳ ବିୟୋଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପାତ୍ରଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାର ରାଜନୈତିକ ଏବଂ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି,ଆଜି ବି ରଥଯାତ୍ରା ସମୟରେ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ତାଙ୍କର ଧାରାବିବରଣୀ ବ୍ରହ୍ମପୁର ବାସୀଙ୍କ ସ୍ମୃତି ପଟରେ ରହିଛି,ତାଙ୍କ ରଚିତ ଭଜନ,ମାଁ ତାରା ତାରିଣୀ ଏବଂ ମାଁ ବୁଢୀ ଠାକୁରାଣୀ ପୁସ୍ତକ ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ଏବଂ ଐତିହ ଦୃଷ୍ଟିରୁ ଏକ ଉଲ୍ଲେଖନୀୟ ଅବଦାନ ବୋଲି ମନେପକାଇ ବିଜେପି ନେତୃବୃନ୍ଦ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ପାତ୍ର ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ଓ ବ୍ରହ୍ମପୁର ‘ସମ୍ବାଦ’ ସାହିତ୍ୟଘରର ସଭାପତି ଭାବେ ସୁଚାରୁରୂପେ ଦାୟୀତ୍ୱ ତୁଲାଇଛନ୍ତି । ଶ୍ରୀ ପାତ୍ରଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସମେତ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଯୁବ ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ରଙ୍କ ପିତା ଅଟନ୍ତି ସ୍ୱର୍ଗୀୟ ସତୀଶ ପାତ୍ର । ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଦଳୀୟ ନେତୃବୃନ୍ଦ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିଭଳି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଶୋକ ବାର୍ତ୍ତାରେ ବରିଷ୍ଠ ନେତା ସତୀଶ ପାତ୍ରଙ୍କ ବିୟୋଗରେ ସେ ଦୁଃଖିତ ଓ ମର୍ମାହତ ବୋଲି ଜଣାଇବା ସହ ଗଞ୍ଜାମ ଜିଲ୍ଲାରେ ସଂଗଠନକୁ ମଜଭୁତ୍ କରିବାରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ଏବଂ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜିର ଏହି ଶୋକ ସଭାରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ଡ଼ି.କରୁଣାକର,ସବିତା ସାହୁ,ରଞ୍ଜିତା ବେହେରା,ସୁଶିଳା ମଲ୍ଲିକ,ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,କେ.ଟୁଙ୍ଗୁରୁ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ପ୍ରଦୀପ ମିଶ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ବରିଷ୍ଠ ମହିଳା ମୋର୍ଚ୍ଚା ନେତ୍ରୀ ଏସ୍.ରାଣୀ,କମଲ ପାତ୍ର,କ୍ରିଷ୍ଣା ସାହୁ,ରବି ରାଓ,ମନୋଜ ମହାରଣା ପ୍ରମୁଖ ଯୋଗ ଦେଇ ସତୀଶ ପାତ୍ରଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ