ସତ୍ୟନଗରରୁ ଚାରିଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି: ବିଏମ୍‌ସି

ଭୁବନେଶ୍ବର: ଭୁବନେଶ୍ବରରେ ସିଲ୍‌ ହୋଇଥିବା ଅଞ୍ଚଳ ସମ୍ପର୍କରେ ସୂଚନା ଦେଇଛନ୍ତି ବିଏମସି କମିଶନର। ସତ୍ୟନଗରରେ ୪ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ ୩୪ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡରେ ଜଣେ, ଭରତପୁରରେ ଜଣେ, ସହିଦନଗରରେ ଜଣେ, ସୂର୍ଯ୍ୟନଗରରେ ୮ଜଣ, ବମିଖାଲରେ ୧୪ ଜଣ, କପିଳପ୍ରସାଦରେ ଜଣେ, ସତ୍ୟନଗରରୁ ଚାରିଜଣ, ୟୁନିଟ୍‌-୫ରୁ ଜଣେ, ମହିଷାଖାଲ ବିଜେବିନଗରର ଜଣେ, ମଧୁସୂଦନନଗର ଜଣେ, ଝାରପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମ୍ୟାପ ମଧ୍ୟ ଜାରି କରାହୋଇଛି। ଏହି ମ୍ୟାପ୍‌ରେ ସତ୍ୟନଗରରେ ଚାରି ଆକ୍ରାନ୍ତ ଥିବା ଦର୍ଶାଯାଇଥିଲା। ସତ୍ୟନଗରରୁ ଚାରି ଆକ୍ରାନ୍ତରୁ ତିନିଜଣଙ୍କ ବମିଖାଲ ଆକ୍ରାନ୍ତ ପରିବାର ସହ ଲିଙ୍କ ରହିଛି ବୋଲି ଜଣାପଡିଛି। ସତ୍ୟନଗରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ