ସତ୍ୟବାଦୀ ତ୍ରିପଲ୍ ମର୍ଡର ଘଟଣାରେ ୬ ଅଭିଯୁକ୍ତ ଗିରଫ

ପିପିଲି : ପଟ୍ଟନାଇକ ଛକ ନିକଟରେ ଗୋଟିଏ ପରିବାରର ୩ ଜଣ ଭାଇଙ୍କୁ ଗୋଡାଇ ଗୋଡାଇ ହତ୍ୟା ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜରେ କିଛି ଅପରାଧିଙ୍କ ଚିତ୍ର ଆସୁଥିବା ସମୟରେ ଆଉ କିଛି ଅପରାଧିଙ୍କ ଫଟୋ ସିସିଟିଭି କ୍ୟାମେରାରେ ଫଟୋ କଏଦ ହୋଇନାହିଁ । ଅନ୍ୟ ଅପରାଧି ମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି । ଗିରଫ କରିଥିବା ୬ ଜଣ ଅଭିଯୁକ୍ତ ମଧ୍ୟରେ ମାଷ୍ଟର ମାଇଣ୍ଡ ଶୁବଳ ବେହେରା ଶଙ୍କର ବେହେରା ରହିଥିବା ବେଳେ ପୁନିଆ ବେହେରା ,ସହଦେବ ବେହେରା .ଏବଂ ହରି ବେହେରା ଅଛନ୍ତି । ପୋଲିସ ତରଫରୁ ମିଳିଥିବା ସୁଚନା ଅନୁଯାୟୀ ରବିବାର ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ନିରଞ୍ଜନ ବେହେରାଙ୍କୁ ହତ୍ୟା କରିଥିବାର ଦୃଶ୍ୟ କଏଦ୍ ହୋଇଥିବା ବେଳେ କୃର୍ଷ୍ଣ ବେହେରା ଓ ପଞ୍ଚୁ ବେହେରାଙ୍କୁ ହତ୍ୟା କରିଥିବାର ଦୃଶ୍ୟ ସିସିଟିଭି ଫୁଟେଜ ନଥିବାରୁ ଅଭିଯୁକ୍ତ ମାନେ ଚିହ୍ନଟ ହୋଇପାରିନାହାନ୍ତି ।ପରିବାର ଲୋକଙ୍କ କହିବାନୁଯାୟୀ ଏହି ଲୋକ ମାନେ କେବଳ ହତ୍ୟାକରିବାରେ ସହଯୋଗ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ମର୍ଡର ସମୟରେ ପୋଲିସ ଘଟଣା ସ୍ଥଳରେ ଉପସ୍ଥିିତ ଥିଲେ । କିନ୍ତୁ ସଇତାନ ମାନଙ୍କର ଆକ୍ରମଣ ଦେଖି ପୋଲିସ ମାନେ ମଧ୍ୟ ଘଟଣା ସ୍ଥଳରୁ ଚାଲିଯାଇ୍ଥିଲେ ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଗ୍ରାମବାସୀ ମାନଙ୍କ କହିବାନୁଯାୟୀ ଦିର୍ଘଦିନ ଧରି ଦୁଇ ପରିବାର ମଧ୍ୟରେ ଜମିବାଡି କୁ ନେଇ ବିବାଦ ଲାଗିରହିଥିଲା । କିନ୍ତୁ ଗତ ଶନିବାର ଦିନ ପାୱାରକଟ୍କୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ତାଙ୍କ ପଡୋଶୀ ପ୍ରତିଶୋଧ ହୋଇ ଆକ୍ରମଣ କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ