ସତ୍ୟବାଦୀ ଯୁବଛାତ୍ର ସଂଗଠନ ପକ୍ଷରୁ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜର ଅସହାୟ କର୍କଟ ପୀଡିତ/ପିଡ଼ିତାଙ୍କ ଉଦ୍ଦେଶ୍ୟରେ ସମର୍ପିତ ସେବା ଯୋଗାଉଥିବା “ସମାଜମଙ୍ଗଳ ହୁଣ୍ଡି” ର ପ୍ରତିଷ୍ଠା ଉତ୍ସବ ସତ୍ୟବାଦୀ ଯୁବଛାତ୍ର ସଂଗଠନ ଓ ଓଡ଼ିଶା ଡିଜିଟାଲ ମିଡିଆ ଫୋରମ ମିଳିତ ଆନୁକୂଲ୍ୟରେ ଜୟଦେଵ ଭବନ ପାର୍କିଂଗ ଏରିଆ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ସତ୍ୟବାଦୀ ଯୁବଛାତ୍ର ସଂଗଠନର ସମ୍ପାଦକ ସତ୍ୟଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ଜଟଣୀ ବିଧାୟକ ସୁର ରାଉତରାୟ ସମାଜମଙ୍ଗଳ ହୁଣ୍ଡିରେ ଦାନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ବିଜେପି ନେତା ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ଗିରିଜା ଶଙ୍କର ତ୍ରିପାଠୀ, ସାମ୍ବାଦିକ ଲିଙ୍ଗରାଜ ସାହୁ, ଅଧିବକ୍ତା ଜ୍ୟୋତି ପଣ୍ଡା, ସମାଜସେବୀ ଡେଜି ଶତପଥୀ, ଲିପିକା ରାୟ, ସୁଶ୍ରୀ ପ୍ରଜ୍ଞାଜ୍ୟୋତି ଦାସ, ଅଧିବକ୍ତା ସୁମନ୍ତ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ସମାଜମଙ୍ଗଳ ହୁଣ୍ଡି ଆଜି ଅସହାୟ କର୍କଟ ରୋଗୀମାନଙ୍କ ମୁହଁରେ କେମିତି ହସ ଟିକେ ଫୁଟାଇ ପାରୁଛି ଏହା ଉପରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ କହିଥିଲେ ଯେ ହୁଣ୍ଡି ସଭ୍ୟତା ଆମ ଉତ୍କଳ ରାଜ୍ୟରୁ ଆରମ୍ଭ ହୋଇଛି । ଏହି ସମାଜମଙ୍ଗଳ ହୁଣ୍ଡି ର ଦର୍ଶନ ଆଜି ସାତ ଦରିଆ ପାର ହୋଇ ବିଦେଶରେ ସମାଜମଙ୍ଗଳ ହୁଣ୍ଡି ସ୍ଥାପନା ହେଲାଣି ଯାହା ଆମ୍ଭ ପାଇଁ ଏକ ସାମାଜିକ ସୁବାର୍ତ୍ତା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ବାପୁଓଝା, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜମଙ୍ଗଳ ହୁଣ୍ଡିର ରାଜ୍ୟ ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ । ସହଯୋଗ କରିଥିଲେ ଦେବପ୍ରସାଦ ମେର୍କାପ ଓ ଅନ୍ୟ ସହଯୋଗୀମାନେ ।