ସତ୍ୟବାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଖାରବେଳ ସ୍ୱାଇଁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ସୁରତରେ ପୋଲିସ ର ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ପ୍ରବାସୀ ଓଡ଼ିଆ ସତ୍ୟବାନ ସ୍ୱାଇଁ । ଗଞ୍ଜାମ ଭଞ୍ଜନଗର ନିକଟ ବାରୁଡ଼ା ଠାରେ ସତ୍ୟବାନଙ୍କ ଘର। ଆଜି ସତ୍ୟବାନଙ୍କ ଘରେ ପହଞ୍ଚିଥିଲେ କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ବାଇଁ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ସହିତ ଭଞ୍ଜନଗର ବିଜେପିର ସମସ୍ତ କର୍ମକର୍ତ୍ତା ପରିବାର ସଦସ୍ୟଙ୍କୁ ସାନ୍ତ୍ଵନା ଦେବା ସହ ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ ଭଞ୍ଜନଗର ବିଜେପି। ଏହା ସହିତ ସମ୍ପୂର୍ଣ୍ଣ ଭାବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଏବଂ ସୁରତ ପୋଲିସ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ପ୍ରଚେଷ୍ଟା ଜାରି ରହିବ ବୋଲି ଖାରବେଳ ସ୍ୱାଇଁ କହିଥିବାବେଳେ ମୃତ ସତ୍ୟବାନଙ୍କର ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଲାଗି ପ୍ରଚେଷ୍ଟା କରିବା ପାଇଁ ପ୍ରଦ୍ୟୁମ୍ନ ନାୟକ କହିଛନ୍ତି l


