ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ

ଭୁବନେଶ୍ଵର, (ଯୁଗାବ୍ଦ ନ୍ୟୁଜ):ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ସାଇବର ଠକେଇକୁ ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ମୂକ-ବଧିର ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଶିବାନୀ ଶଶୀକାନ୍ତ ମହାନ୍ତି, ପ୍ରୋଜେକଟ ମ୍ୟାନେଜେର , ବ୍ୟାଙ୍କ ଓଫ ନିୟୁୱାର୍କ ଓ  ଚନ୍ଦ୍ର ଶେଖର ପାଳ, ଏଣ୍ଟରେପ୍ରେନେର ଯୋଗଦାନ କରି ମୂକ-ବଧିର  /ଛାତ୍ରୀ ମାନଙ୍କୁ ସାଇବର ଠକେଇ ର ବିଭିନ୍ନ ଦିଗ ଓ ଏଥିରୁ କେମିତି ବର୍ତ୍ତିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ କହିଲେ ଯେ, ଅଧିକାଂଶ ସାଇବର ଅପରାଧ ସାଇବର ଅପରାଧୀଙ୍କ ପାଇଁ ଲାଭ ସୃଷ୍ଟି କରାଯାଉଥିବାବେଳେ କେତେକ ସାଇବର ଅପରାଧ କମ୍ପ୍ୟୁଟର କିମ୍ବା ଡିଭାଇସ୍ ବିରୁଦ୍ଧରେ ସିଧାସଳଖ କ୍ଷତି କିମ୍ବା ଅକ୍ଷମ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଏଥିସହିତ ମାଲୱେର୍, ବେଆଇନ ସୂଚନା, ପ୍ରତିଛବି କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବିସ୍ତାର କରିବାକୁ କମ୍ପ୍ୟୁଟର କିମ୍ବା ନେଟୱାର୍କ ବ୍ୟବହାର କରିଥାନ୍ତି, ସାଇବର ଅପରାଧର ଏକ ପ୍ରାଥମିକ ପ୍ରଭାବ ହେଉଛି ଆର୍ଥିକ | ସାଇବର ଅପରାଧରେ ବିଭିନ୍ନ ପ୍ରକାରର ଲାଭ-ଚାଳିତ ଅପରାଧିକ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ, ଇମେଲ ଏବଂ ଇଣ୍ଟରନେଟ ଠକେଇ, ପରିଚୟ ଠକେଇ, ଆର୍ଥିକ ଆକାଉଣ୍ଟ, କ୍ରେଡିଟ କାର୍ଡ କିମ୍ବା ଅନ୍ୟାନ୍ୟ ପେମେଣ୍ଟ କାର୍ଡ ତଥ୍ୟ ଚୋରି କରିବାର ପ୍ରୟାସ କରିଥାନ୍ତି । ଏଥିସହିତ ଲୋଭ, ଭୟ ଓ ଅବହେଳାରୁ ଲୋକମାନେ ସାଇବର ଠକେଇ ଜାଲରେ ପଡ଼ୁଛନ୍ତି । ଏଥିରୁ ବର୍ତ୍ତିବାକୁ ହେଲେ ଥାର୍ଡପାର୍ଟି (ଆପ୍) ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ଯଦି କେହି ସାଇବର ଠକେଇର ଶୀକାର ହୁଅନ୍ତି ତେବେ, ସାଇବର ଥାନାକୁ ସଙ୍ଗେ ସଙ୍ଗେ ଜଣାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଅତିଥିମାନେ ଯେଉଁସବୁ ପରାମର୍ଶ ଦେଇଥିଲେ ତାଙ୍କର ଅଭିଭାଷଣକୁ ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର ସାଙ୍କେତିକ ଭାଷାରେ ମୂକ-ବଧିର ଛାତ୍ର/ଛାତ୍ରୀଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟଭାମା ଦେବୀ ୱେଲଫର ତ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜା ଲକ୍ଷ୍ମୀ ମହାପାତ୍ର ପରିଚାଳନା କରିଥିଲେ ଏବଂ କଲେଜର ଅଧ୍ୟାପକ ଶ୍ରୀ ପୂର୍ଣ୍ଣେନ୍ଦୁ ଶେଖର ପରିଡା ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ