ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ଭୂବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜିର ଦିନକୁ ସାରା ବିଶ୍ୱ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିନ କରୁଥିଲାବେଳେ ଆମ ରାଜ୍ୟରେ ମୂକ-ବଧିର ଛାତ୍ର/ଛାତ୍ରୀ ଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରଥମ କରି ପ୍ରତିଷ୍ଠା କରାଯାଇଥିବା ସତ୍ୟଭାମାଦେବୀ ମୂକ-ବଧିର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସତ୍ୟଭାମାଦେବୀ +୩ ମୂକ-ବଧିର ମହାବିଦ୍ୟାଳୟର ସମସ୍ତ ମୂକ-ବଧିର ଛାତ୍ର/ଛାତ୍ରୀ ଉକ୍ତ କଲେଜ ପରିସରରେ ମହା ଧୁମ୍‌-ଧାମ୍‌ରେ ପାଳନ କରିଥିଲେ । ଏଥିପାଇଁ ସତ୍ୟଭାମାଦେବୀ େଓଲ ଫେୟାର ଟ୍ରଷ୍ଟ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା ଏବଂ ସକାଳ ୭ ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ରାଜଧାନୀ ଚିକିତ୍ସାଳୟ ଦେଇ କଲେଜ ପରିସରକୁ ଆସିଥିଲେ । ଏହି ଶୋଭାଯାତ୍ରା ମୂଳଲକ୍ଷ ହେଲା ଭିନ୍ନକ୍ଷମମାନେ ଅନ୍ୟଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଏବଂ ସେମାନଙ୍କ ପ୍ରତି ସମାଜ ସହଯୋଗ ର ହାତବଢାଇଲେ ସେମାନେ ଆଗକୁ ଆଗକୁ ବଢି ପାରିବେ।ଉଲ୍ଲେଖନୀୟ ଯେ, ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ ଇଂଜିନିୟର ଲଳିତ ମୋହନ ପଟ୍ଟନାୟକ ଯୋଗଦାନ କରି ଉପସ୍ଥିତ ଛାତ୍ର/ଛାତ୍ରୀ ମାନଙ୍କୁ ଆଜିର ଦିବସ ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉଠାଦୋକାନୀ ମହାସଂଘ ସଭାପତି ଶ୍ରୀ ପ୍ରତାପ ସାହୁ, ହାସ୍ୟା ଅଭିନେତା ଜ୍ଞାନ ବାରିକ, ସାମାଜିକ କର୍ମୀ ମିର ଅହେମଦ୍ ଅଲ୍ଲି ଓ ସାମାଜୀକ କର୍ମୀ ସତ୍ୟଜିତ୍ ଜେନା ଯୋଗଦାନ କରି ଉପସ୍ଥିତ ଛାତ୍ର/ଛାତ୍ରୀ ମାନଙ୍କୁ ଆଜିର ଦିବସ ସଂପର୍କରେ ବୁଝାଇଥିଲେ ଏବଂ ଭିନ୍ନକ୍ଷମ ମାନେ ନିଜକୁ ନିମ୍ନ ମନେ ନ କରି ଆଗକୁ ବଢିବା ପାଇଁ ପ୍ରଚେଷ୍ଟା କଲେ ସେମାନେ ନିଶ୍ଚିତଭାବେ ଆଗକୁ ବଢିପାରିବେ ।ଏହି ଶୋଭାଯାତ୍ରା ଓ ସଭାର ଆୟୋଜକ ସତ୍ୟଭାମାଦେବୀ େଓଲ ଫେୟାର ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜାଲକ୍ଷ୍ମୀ ମହାପାତ୍ର ଯୋଗଦାନ କରି ଭିନ୍ନକ୍ଷମ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରୁ ଅନେକ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ଅର୍ଜନ କରିଥିବାରୁ ସେମାନଙ୍କ ଭଳି ନିଜକୁ ଆଗକୁ ନେବାପାଇଁ ଚେଷ୍ଟା କରିବାକୁ ଛାତ୍ର/ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉପସ୍ଥିତ ଅତିଥିମାନଙ୍କର ଭାଷଣକୁ ସାଂଙ୍କେତିକ ଭାଷାରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସଂଙ୍ଘମିତ୍ରା ମହାପାତ୍ର ଅନୁବାଦ କରିଥିଲେ ଏବଂ ସର୍ବଶେଷରେ ଅଧ୍ୟାପିକା ରୂଚିପଲ୍ଲବୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ