ସତ୍ୟସାଇଙ୍କ ଅବତାର ଉଦଘୋଷଣା ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ସତ୍ୟସାଇ ମନ୍ଦିର ପରିସରରେ ଭଗବାନ ସତ୍ୟସାଇ ବାବାଙ୍କ ଅବତାର ଦିବସ ପାଳିତ ହୋଇଯାଇଛି । ପ୍ରାତଃରୁ ଓକାର,ସାଇସୁପ୍ରଭାତମ ସହ ନଗର ସଂକୀର୍ତ୍ତନ କରା୍‌ାଇଥିଲା ଦିନ ୧୦ଟାରେ ଷୋଡଶୋପଚାର ପୁଜା ପାଠ କରାଯାଇଥିଲା । ସଂନ୍ଧ୍ୟା ସମୟରେ ଭଜନ କରିବା ସହ ସଂଗଠନରେ ମା ମାନଙ୍କ ଭୁମିକା,ବାଳବିକାଶର ଗୁରୁତ୍ୱ,ସେବା ବିଭାଗରେ ଯୁବକ ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା । ମଙ୍ଗଳଆଲତୀ କରିବା ପରେ ପ୍ରସାଦସେବନ କାର୍ଯ୍ୟକ୍ରମ କରାଯାଇଥିଲା । ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ଡ ମଧୁସୁଦନ ମହାପାତ୍ର,ସମିତି ଆବାହକ ସୁରେନ୍ଦ୍ରନାଥ ସାହୁ,ଜିଲ୍ଲା ଶିକ୍ଷାସଂଯୋଜିକା ସସ୍ମିତା ପଣ୍ଡା,ଯୁଗଳ କିଶୋର ତ୍ରୀପାଠୀ,ରାଜେନ୍ଦ୍ର କୁମାର ପାତ୍ର,ନଳିନିକାନ୍ତ ର.ଦିପ୍ତୀ ମଂଜରୀ ପାଣିଗ୍ରାହି,ମାମାଲି ସ୍ୱାଇଁ ଓ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ