ସତ୍ୟସାଇବାବା ସଂଗଠନର ମୋବାଇଲ ହେଲଥ ବ୍ୟାନ ର ଶୁଭାରମ୍ଭ
ରାୟଗଡା, (ବିଶ୍ଵରାଜ ଛିଞ୍ଚାଣି):ରାୟଗଡା ସହରର ନ୍ୟୁ କଲୋନୀ ସ୍ଥିତ ସତ୍ୟସାଇବାବା ସଂଗଠନ ତରଫରୁ ମୋବାଇଲ ହେଲ୍ଥ ଭ୍ୟାନର ଆଜି ଶୁଭ ଉଦଘାଟନ କରାଯାଇଛି । ମୌତ୍ରି ଇନଫ୍ରା ଷ୍ଟ୍ରକଚର ଓ ମାଇନିଂ ଏବଂ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଏହି ମୋବାଇଲ ଭ୍ୟାନର ଶୁଭ ଉଦ୍ଘାଟନ କରାଯାଇଥିଲା।ରାୟଗଡା ଜିଲ୍ଲାର ଗ୍ରାମାଞ୍ଛଳରେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଏହି ମୋବାଇଲ ସ୍ବାସ୍ଥ୍ୟସେବା ଭ୍ୟାନ କାମ କରିବ । ଗର୍ଭବତୀ ମହିଳା , ଦନ୍ତ ଚିକିତ୍ସା , ରକ୍ତ ପରୀକ୍ଷା ଓ ସାଧାରଣ ଔଷଧ ଦେବାରେ ଏହି ଭ୍ୟାନ କାମ କରିବ । ଏହି ଅବସରରେ ଏକ ବୈଠକ ଅନଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାୟଗଡା ଆରକ୍ଷୀ ଅଧିକ୍ଷକ ହରିଶ ବି.ସି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୌତ୍ରି ଇନଫ୍ରା ଷ୍ଟ୍ରକଚର ଓ ମାଇନିଂ ଅଧ୍ୟକ୍ଷ ଟି.ଶ୍ରିନିବାଶ ଓ ମୌତ୍ରି ଇନଫ୍ରା ଷ୍ଟ୍ରକଚର ଓ ମାଇନିଂର ଇ.ଡି ସତ୍ୟନାରାୟଣ ଯୋଗଦାନ କରିଥିଲେ । ଉକ୍ତ ବୈଠକ ପରେ ମୋବାଇଲ୍ ହେଲଥ କେୟାର ର ଶୁଭ ଉଦ୍ଘାଟନ କରାଯାଇଥିଲା । ଉକ୍ତ ମୋବାଇଲ୍ ହେଲ୍ଥ କେୟାର ଭ୍ୟାନ୍ ର ରକ୍ଷଣା ବେକ୍ଷଣ ମୌତ୍ରି ଇନଫ୍ରା ଷ୍ଟ୍ରକଚର ଓ ମାଇନିଂ କରାଯିବା ନେଇ ଉକ୍ତ ବୈଠକରେ ସୂଚନା ପ୍ରଦାନ କରିଛନ୍ତି।