ସତ୍ୟସାଇ ସଂଗଠନ ଦ୍ୱାରା ଖାଦ୍ୟ ସାମଗ୍ରୀ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଲକଡାଉନ ପ୍ରଭାବରେ ସମାଜର ବହୁ ବର୍ଗର ଲୋକମାନେ ପ୍ରଭାବିତ ହୋଇଛନ୍ତି । ଶ୍ରମିକ ଶ୍ରେଣୀର ପରିବାର ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଏହି ଘଡସନ୍ଧି ମୁହୁର୍ତ୍ତରେ ଗରିବ ମାନଙ୍କୁ ସହାୟତା କରିବା ପାଇଁ ଭଞ୍ଜନଗର ନିକଟସ୍ଥ କଲ୍ୟାଣପୁର ଶ୍ରୀ ସତ୍ୟ ସାଇ ଭଜନମଣ୍ଡଳୀ ତରଫରୁ ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ଅତ୍ୟନ୍ତ ଗରିବ ଶ୍ରେଣୀର ୨୦ ପରିବାର ପାଇଁ ଅମୃତ କଳସ କାର୍ଯ୍ୟକ୍ରମ ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।ସଙ୍ଗଠନର ସଦସ୍ୟ ତଥା ବାଳବିକାଶ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ପରିବାରକୁ କରୋନା ସମ୍ପର୍କିତ ସଚେତନ କରାଇବା ସହ ଏକ ମାସ ଚଳିବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ମାସ୍କ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ