ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସତ୍ୟସାଇ ସେବା ସଂଗଠନର ଗଣ୍ଡାକିଆ ଭଜନ ମଣ୍ଡଳୀ ପକ୍ଷରୁ ବୁଧବାର ଏକ ଚକ୍ଷୁ ଚିକିତ୍ସା ଶିବିର କୁହୁଡି ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୮ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରପଚାର ପାଇଁ ବାଲିଚନ୍ଦ୍ରପୁରସ୍ଥିତ ସାଇ ହସପିଟାଲକୁ ନିଆଯାଇଛି । ଏହି ମହତ ସେବା କାର୍ଯ୍ୟକ୍ରମକୁ ଗଣ୍ଡାକିଆ ସାଇ ଭଜନ ମଣ୍ଡଳୀର ଇନ୍ଦ୍ରମଣୀ ଦାସ, ସିଦ୍ଧାନ୍ତ ସାହୁ, ନିରାକାର ନାୟକ, ଚିନ୍ମୟୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


