ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା):ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ସାଙ୍ଗକୁ ବାୟୁପ୍ରଦୂଷଣ ରୋକିବା ଓ ମୃତ୍ତିକା ସଂରକ୍ଷଣ ନିମନ୍ତେ ‘ସାଇ ସବୁଜିମା’ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ବାଲେଶ୍ୱର ସତ୍ୟସାଇ ସେବା ସମିତି-୧ ତରଫରୁ ସୋମନାଥପୁର ସ୍ଥିତ ‘ବିଟ୍ସ’ ପରିସରରେ ବୃକ୍ଷରୋପଣ ଅଭିଯାନ ‘ସାଇ ସବୁଜିମା’ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱକୁ ସରସ, ସୁନ୍ଦର ଓ ସବୁଜମୟ କରି ଗଢ଼ି ତୋଳିବାର ଏହି ପ୍ରୟାସରେ ‘ବିଟ୍ସ’ର ନିର୍ଦ୍ଦେଶକ ଇଂ ନିର୍ମଳ ଚନ୍ଦ୍ର ଧଳ ପ୍ରଦୀପ ଜାଳି ଶୁଭ ଉଦ୍ଘାଟନ କରି ପ୍ରଥମ ଚାରା ରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସୁଫଳ କରିବାରେ ବାବାଙ୍କ ଭକ୍ତ ସମୁହ ଓ ବିଟ୍ସ ଅନୁଷ୍ଠାନର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।


