ସତ୍ୟସାଇ ସେବା ସମିତି ଗ୍ରୀଷ୍ମ ଶିକ୍ଷା ଶିବିର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ଥାନୀୟ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ଶ୍ରୀୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଗ୍ରୀଷ୍ମଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତିର ମହନୀୟତା ଓ ଆଧିାମିକତାର ପକୃତ ତାପର୍ଯ୍ୟକୁ ପହଂଚାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ବିଶେଷକରି ଛାତ୍ରଛାତ୍ରୀ ମନରେ ଦୃଢ ଇଛାଶକ୍ତିର ଅଭିବୃଦ୍ଦି,ସମୟର ସଦୁପେଯାଗ,ନାକାରତ୍ମକ ଚିନ୍ତାରୁମୁକ୍ତି, ରାମାୟଣ ଓ ଗୀତାରେ ଥିବା ଜୀବନ ପାଇ ବାର୍ତା,ମୋବାଇଲର ବହୁଳ ବ୍ୟବହାରର ଅପକାରିତା ବିଷୟରେ ବୁଝାଇବା ପାଇଁ ଚାରିଦିନଧରି ଏହି କାର୍ଯ୍ୟକ୍ରମ ଚାଲୁରହିବ । ଏସବୁ ବିଷୟରେ ବୁଝାଇବା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାଧନା କର୍ମିମାନେ ୍େଯାଗଦେବେ । ଆଜି ଷ୍ଟେଟବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ମାନଓ ରଂଜନ ମୁଣ୍ଡ ମୁଖ୍ୟ ଅତିଥି ରୁପେ ଯେ୍ାଗଦେଇ ଜ୍ୟୋତି ଆବାହନ କରିଥିଲେ । ଶ୍ରୀ ସତ୍ୟସାଇ ସେବା ସମିତିର ଭାଇଭଉଣି ମାନେ ଯେ୍ାଗଦାନ କରି ଛାତ୍ରଛାତ୍ରୀ ଙ୍କୁ ଜଣଜଣକୁ ଭଲ ମଣିଷ ହେବା ନିମନ୍ତେ ଉତ୍ସାହିତ କରିଥିଲେ । ସମଗ୍ର ଓଡିଶାର ଯୁବପିଢିଙ୍କୁ ଭଗବତ୍ ଭାବଧାରାରେ ଉଦବୁଦ୍ଧ କରିବା ପାଇଁ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଅଛି ।ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢି ବେଶ୍ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।


