ସତ୍ୟସାଇ ସେବା ସମିତି ପକ୍ଷରୁ ଚକ୍ଷୁଚିକିତ୍ସା ଶିବିର
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ମରୈଗାଁ ସତ୍ୟସାଇ ସେବା ସମିତି ପକ୍ଷରୁ ଏକ ମାଗଣା ଚକ୍ଷୁଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଅଶ୍ୱିନୀ କୁମାର ଭାରତୀ, ସହଯୋଗୀ ଅନାଦି ଚରଣ ପାଳ, ଦିପ୍ତୀ ସାହୁ, ରାମଚନ୍ଦ୍ର ବେହେରା, ପଲ୍ଲବୀ ସତପଥି ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ମୋଟ ୬୦ଜଣ ଚକ୍ଷୁରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ୧୧ଜଣ ଚକ୍ଷୁରୋଗୀଙ୍କ ଚକ୍ଷୁରେ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ଭୁମିକା ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇ ସେଠାରେ ଅସ୍ତ୍ରୋପଚାର କରାଯିବ । ସତ୍ୟସାଇ ସେବା ସମିତିର ସମସ୍ତ ସଦସ୍ୟସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ ।