ସତ୍ୟ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମା ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବା ବ୍ରାହ୍ମ ମୂହୁର୍ତରେ ବ୍ରହ୍ମ ଧୋନି ସ୍ଥାପନ କରି ବିଶ୍ୱର ଶାନ୍ତି ଓ ଜଗତ କଲ୍ୟାଣ ନିମେନ୍ତ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିମା ଧର୍ମ ସମାଜର ପର ସନ୍ନ୍ୟାସୀ, ଅପର ସନ୍ନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ଯୋଗଦେବା ସହିତ ମହିମା ଅଲେଖ ଡାକରେ ଆଶ୍ରମ ପ୍ରାଙ୍ଗଣ ଏକ ଦିବ୍ୟ ପରିବେଶ ସହିତ ଧର୍ମିୟ ବାତାବରଣ ସୃଷ୍ଟି ହୋଇଥିଲା । ଦିବା-ରାତ୍ରି ଭଜନ କିର୍ତନ ଓ ସାଂୟକାଳେ ଘୃତବତୀ ପ୍ରଜ୍ଜ୍ୱଳନ କରାଯିବା ସହିତ ବେଢ଼ା ପରିକ୍ରମା ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିମା ସାଧୁ ଓ ଭକ୍ତଙ୍କ ସମେତ ଏକ ପୁସ୍ତକ ଭଣ୍ଡାର ଖୋଲାଯାଇଥିଲା ବୋଲି ମହିମା ସେବା ପାଉଣ୍ଡେସନର ସଭାପତି ନାରାୟଣ ଖୁଂଟିଆ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେବା ସହିତ ଆଶ୍ରମର ପରିଚାଳନା ସମିତି ମୁଖ୍ୟ ମଧୁସୂଦନ ଦାସ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।


