ସତ୍ୟ ସାଇ ବିଦ୍ୟା ଭଵନର ୩୬ ତମ ବାର୍ଷିକ ଉତ୍ସବ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀ ସତ୍ୟ ସାଇ ବିଦ୍ୟା ଭଵନ ପରିସରରେ ବିଦ୍ୟାଳୟର 36 ତମ ବାର୍ଷିକ ଉତ୍ସବ ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଟି ଶିକ୍ଷାଧିକାରୀ ସୀତାରାମ ପାତ୍ର ଯୋଗ ଦେଇ ଭଲ ପାଠ ପଢି ଉତ୍ତମ ନାଗରିକ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସତ୍ୟ ସାଇ ସେବା ସଂଗଠନ ଓଡିଶାର ରାଜ୍ୟ ମାନବୀୟ ମୂଲ୍ୟବୋଧ (ପ୍ରଶିକ୍ଷଣ) ସଂଯୋଜକ ଖିରୋଦ କୁମାର ପାଢ଼ୀ ଯୋଗ ଦେଇ ଉତ୍ତମ ନାଗରିକର କର୍ତ୍ତବ୍ୟ ଓ ସେବା ମନୋବୃତି ରଖି ଚଳିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ l ଏହି ଅବସରରେ ବରିଷ୍ଟ ଶିକ୍ଷୟତ୍ରୀ ସୁକାନ୍ତି ପଣ୍ଡାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରି ଜୋଶ୍ନା ରାଣୀ ଶତପଥି ସଂଯୋଜନା କରିଥିବା ବେଳେ ଲୋଷ୍ଣା ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବିଶ୍ୱେଶ୍ୱର ପଟ୍ଟନାୟକ, ନୃସିଂହେଶ୍ୱର ପଟ୍ଟନାୟକ, ମଧୁସୂଦନ ସାହୁ, ନମିତା ପଟ୍ଟନାୟକ ରୀନା ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l


