ସତ୍ୟ ସାଇ ମହିଳା ମହାବିଦ୍ୟାଳୟ ୪୧ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଗଣ୍ଡମୁଣ୍ଡାସ୍ଥିତ ସତ୍ୟସାଇ ମହିଳା ମହାବିଦ୍ୟାଳୟ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ୪୧ଟି ଓøଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମାନଷୀ କୁମାରୀ ବସ୍ତିଆ, ଡ. ଦେବଜାନୀ ସିଂ, ସ୍ମିତା ବିଶ୍ୱାଳ, ଡ. ଇତିଶ୍ରୀ ଦାଶ, ଡ ମୃନ୍ମୟୀ ରଥ, ଶାଶ୍ୱତୀ ପତି, ମୀନା ମହାନ୍ତି, ଡ. ନିହାରିକା ଦାସ, ଡ. ବନଜା ତାଲଡ଼ି, ଅରବିନ୍ଦ ଦାସ, ଶୁଭଶ୍ରୀ ଲେଙ୍କା, ଆଇନଜୀବୀ ସରୋଜ କୁମାର ସାହୁ, ଗ୍ରୀନ୍ ୱାଲର୍ଡ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକ । ଏହାକୁ ପରିଚାଳଣା କରିଥିଲେ ଡ. ଲିଙ୍ଗରାଜ ସାହୁ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।


