ସତ କୁହ ଏଥର

ଜଗନ୍ନାଥ ହୋ,
ସତ କୁହ ଏଥର,
ଯାହା ଶୁଣିଥିଲି ମିଛ ତ ନୁହଁଇ
ସତ କହିବାକୁ ଲାଗୁଛି ଡର ॥ ଘୋଷା॥

ଆହେ ଜଗନ୍ନାଥ
କାଳିଆ ସାଆନ୍ତ
ମଉଡମଣି କୋଟି ଓଡ଼ିଆର,
ଦୁଃଖରେ ସୁଖରେ
ଭଲରେ ମନ୍ଦରେ
ଲୀଳା ଶୁଣିଅଛୁ କେତେ ତୋହର ।

ବିପତ୍ତି କାଳରେ
ଆପତ୍ତି ଶୁଣିଛ
ପଶୁ ପକ୍ଷୀ ଦେବ ମାନବଙ୍କର,
ଅବତାରୀ ହୋଇ
ଅବତାର ନେଇ
ଉଶ୍ବାସ କରିଛ ଧରଣୀ ଭାର ।

ନୀଳକନ୍ଦରରେ
ବସି ମଉନରେ
ଭକ୍ତଙ୍କୁ ଡାକୁଛ ଶୀରିମନ୍ଦିର,
ବେଢା ବୁଲାଉଛ
ଦର୍ଶନ ଦେଉଛ
ଅବଡା ଖୋଉଛ ଥରକୁ ଥର ।

କ୍ଷୁଧା ହରିଅଛ
ତୃଷା ହରିଅଛ
ବିପତ୍ତି ହରିଛ ବାରକୁ ବାର,
ତଥାପି କାହିଁକି
ନ କମି ବଢୁଛି
ତ୍ରାହି ତ୍ରାହି ଡାକେ ଭକତ ତୋର ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ