ସତ ହୋଇଯାଏ କଥା

‘ଅମୃତ ବିନୟ ବଚନ । କହିତୋଷିବ ପ୍ରାଣୀ ମନ’ । ଭାଗବତରେ ଏହି କଥାଟି ସତରେ ପ୍ରଯୁଜ୍ୟ । କୁହାଯାଏ ସବୁବେଳେ ମିଠା କଥା କହିଲେ ଆପଣଙ୍କ ର ଆଦର ବଢ଼ିବ ଆଉ ସମ୍ମାନ ବି । ହେଲେ ବେଳେବେଳେ ଆମେ କଟୁ କଥା କହିପକାଉ । ବାସ୍ତବରେ କେବେ ହେଲେ କିଛି କଟୁ କଥା ବା ଅମଙ୍ଗଳ କଥା କହିବା ଉଚିତ ନୁହେଁ । କାରଣ କିଏ ଜାଣିଲା କେତେବେଳେ କେଉଁ କଥା ସତ ହୋଇଯିବ । ଧାର୍ମିକ ବିଶ୍ୱାସ ଅନୁଯାୟୀ ପୂରା ଦିନ ଭିତରେ ଏପରି ଏକ ସମୟ ଥାଏ, ଯେତେବେଳେ ମୁହଁରୁ ବାହାରୁଥିବା କଥା ସତ ହୋଇଯାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ଅନେକ ଥର ଅନୁଭବ କରିଥିବେ ଯେ ଆପଣ ମଜାରେ ବା ରାଗରେ କହିଥିବା କିଛି କଥା ବେଳେ ବେଳେ ସତ ହୋଇଯାଏ । ବିଶ୍ୱାସ ରହିଛି ୨୪ ଘଣ୍ଟା ମଧ୍ୟରେ କିଛି ମୁହୂର୍ତ୍ତ ଆସେ ଯେଉଁ ମୁହୂର୍ତ୍ତରେ ମା’ ବାଗ୍ଦେବୀ ସରସ୍ୱତୀ ଆମ କଣ୍ଠରେ ବିରାଜମାନ ହୋଇଥାନ୍ତି । ତେଣୁ ଏହି ସମୟରେ ଜାଣତରେ କହିଥିବା କଥା ମଧ୍ୟ ସତ ହୋଇଯାଏ । ତେଣୁ କେବେ ହେଲେ କାହା ବିଷୟରେ କିଛି ଖରାପ ଚିନ୍ତା କରନ୍ତୁ ନାହିଁ କି ଖରାପ କୁହନ୍ତୁ ନାହିଁ । ଶାସ୍ତ୍ର କହେ ଯେ ରାତି ୩ଟା ୧୦ରୁ ୩ଟା ୧୫ ଭିତରେ ସମୟ ବହୁତ ଭଲ ଥାଏ । ଏହି ୫ ମିନିଟ୍ ଭିତରେ କୁହାଯାଉଥିବା କଥା ନିଶ୍ଚିତ ଭାବେ ସତ ହୋଇଯାଏ । ମାସେ ଯାଏଁ ଆପଣ ଏହି ସମୟରେ ନିଜର ମନକାମନା କହି ପରଖନ୍ତୁ । ଦେଖିବେ ମା’ ସରସ୍ୱତୀ ନିଶ୍ଚିତ ଆପଣଙ୍କ ଇଚ୍ଛା ପୂରଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ