ସଦଗୁରୁଙ୍କ ୫୭ତମ ଆତ୍ମ ସାକ୍ଷାତକାର ଦିବସ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଶ୍ରୀ ଯୋଗବେଦାନ୍ତ ସମିତି ପକ୍ଷରୁ ସଦଗୁରୁ ଦେବ ସନ୍ଥଶ୍ରୀ ଆଶାରାମ ବାପୁଙ୍କ ୮୭ତମ ଆତ୍ମ ସାକ୍ଷାତକାର ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ବୈଦିକ ରୀତିରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଗୁରୁବନ୍ଦନା ସହିତ ଆଶାରାମାୟଣ ପାଠ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଭକ୍ତି ନୈବିଦ୍ୟ ଜଣାଣ ସହିତ ସଦଗୁରୁ ଦେବଙ୍କ ଉତ୍ତମ ସ୍ୱାସ୍ଥ୍ୟାର୍ଥେ ୧୦୮ଦ୍ୱୀପ ପ୍ରଜ୍ଜ୍ୱଳିତ ହୋଇଥିଲା । କୋଭିଡ ଆଇନ ବଳବତ୍ତର ଥିବାରୁ ଏଥିରେ ୮ରୁ ୧୦ଜଣ ସଦସ୍ୟ ଯୋଗଦେଇଥିଲେ । ସମିତି ସଭାପତି ଦୈତାରୀ ପଣ୍ଡା, ସମ୍ପାଦକ ଜିତେନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଅଶୋକ ମିଶ୍ରଙ୍କ ସମେତ ଚନ୍ଦନ ଦାସ, ତପନ ଓଝା, ଦୁର୍ଯ୍ୟୋଧନ ଲେଙ୍କା, ଅମରିଶ ମହାନ୍ତି, ଶୁଭସ୍ମିତା ନାୟକ, ଅନିତାରାଣୀ ମିଶ୍ର ପ୍ରମୁଖ ଉକ୍ତ ବୈଦିକ କାର୍ଯ୍ୟରେ ଭାଗନେଇଥିଲେ ।


