ସଦରଥାନାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ସରପଂଚ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଶ୍ୟାମସୁନ୍ଦରପୁର ପଂଚାୟତ ପକ୍ଷରୁ ସଦର ଥାନାର କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପଂଚାୟତର ସରପଂଚ ପୁଷ୍ପଲତା ସେନାପତି ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ଲ୍ଲିକ,ଏ.ଏସ.ଆଇ.ରଙ୍ଗବଲ୍ଲଭ ସ୍ୱାଇଁ ଓ ସୁଦର୍ଶନ ସାମଲଙ୍କୁ ଫୁଲ, ଚନ୍ଦନ, ଧ୍ୱପ ଦୀପ ଦେଇ ବନ୍ଦାପନା କରିବା ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଷିରୋଦ କୁମାର ଦାସ, ବ୍ରଜ କିଶୋର ମହାରଣା, ଦୀପକ ଲେଙ୍କା, ଚିତରଞ୍ଜନ ଦାସ, ମାନସରଞ୍ଜନ ନାୟକ, ସୁବାଷ ଚନ୍ଦ୍ର ସେଠୀ, କେଶବ ମିଶ୍ର, ଶାରଦା ପ୍ରସନ୍ନ ରାଉତ, ବିକାଶ ସ୍ୱାଇଁ, ସରପଂଚଙ୍କ ପ୍ରତିନିଧି ବିଦ୍ୟୁତ ସେନାପତି ଓ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


