ସଦର ଛାତ୍ର ଉପ ସଭାପତି ଭାବେ କମଳେଶ ବଳଙ୍କୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର , (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ସଦର ର ନବ ନିଯୁକ୍ତ ଛାତ୍ର ଉପ ସଭାପତି ଭାବେ କମଳେଶ ବଳଙ୍କୁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆ ଯାଇଛି I ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କର ସୁବିଧା ଓ ଅସୁବିଧା ରେ ଭାଗି ହେବା ସହିତ ସେମାନଙ୍କର ପ୍ରତ୍ୟେକ ସମସ୍ୟାରେ ବିଜୁ ଛାତ୍ର ଜନତା ଦଳର ସହଯୋଗ ନିଶ୍ଚିତ ରହିବ ବୋଲି ଶ୍ରୀ ବଳ ଦୃଢ଼କ୍ତି ପ୍ରକାଶ କରିଛନ୍ତିI ବିଗତ ଦିନ ମାନଙ୍କରେ ରାଇରଙ୍ଗପୁର ବିଜୁ ଯୁବ ବାହିନୀର ସଭାପତି ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରୁ ଥିଲେ I ସେ ବିଭିନ୍ନ ରକ୍ତଦାନ ଶିବିର ର ସକ୍ରିୟ କାର୍ଯ୍ୟ ତୁଲାଇବା ସହ ପରୋପକାରୀ ଭାବେ ଜଣାଶୁଣା I ଏହି ଦାୟିତ୍ୱ ପାଇଁ ବିସିଜେଡିର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ସଂଘଠାନିକ ସମ୍ପାଦକ ବବି ଭାଇ, ସଦର ସଭାପତି କାଶୀନାଥ ହେମ୍ବ୍ରମ ଓ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କୁ ଶ୍ରୀମାନ ବଳ କୃତଜ୍ଞତା ଜ୍ଞାପନ କରିଛନ୍ତି I