ସଦର ଥାନା ଦ୍ୱାରା ୨ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ବାଲି ଚାଲାଣ କରାଯାଉଥିବା ବେଳେ ପ୍ରଶାସନ ନିଦରେ ଶୋଇପଡିଥିବା ବେଳେ ପୋଲିସ ଉଚିତ ପଦକ୍ଷେପ ନେଇ ବେଆଇନ ବାଲି ଚାଲାଣକାରୀଙ୍କୁ ଧରି ଆଇନଗତ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅଟାବୁହା ଓ କୁଳସାହି ଠାରେ ପ୍ରଶାସନ ପକ୍ଷରୁ ଲିଜ ପ୍ରଦାନ କରାଯାଇନଥିବା ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଉଥିବା ସମ୍ପର୍କରେ ଖବର ପାଇ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ନିର୍ଦେଶକ୍ରମେ ସଦର ଥାନା ପୋଲିସ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନା କେଶ ନମ୍ବର ୨୮୪/୨୦୨୦ ଓ ୨୮୫/୨୦୨୦ରେ ଆଇପିସିର ୩୭୯, ୪୧୧ ଓ ଲଘୁ ଖଣିଜଜାତ ଦ୍ରବ୍ୟ ଆଇନର ଧାରା ୧୧ ଅନୁଯାଇ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ