ସଦର ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ବାଣ ଜବତ ୨ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ବଗଡା ଗ୍ରାମପଞ୍ଚାୟତର କଚେରିପଡା, ତିଳୋତମାଦେଇପୁର ଓ ଗରାପୁର ପ୍ରଭୃତି ୭ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରିଛି । ଏଥିସହିତ ସଦର ଥାନା ଅନ୍ତର୍ଗତ କଚେରିପଡା ଗ୍ରାମର ମନ୍ମଥ ଓରଫ ମିଟୁଆ ଓରଫ କ୍ଷୀରୋଦ ନାୟକ ଏବଂ ତିଳୋତମାଦେଇପୁର ଗ୍ରାମର ବିଜୟ କୁମାର ପାଣିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନାମରେ ଯଥାକ୍ରମେ ୭୫୦/୨୦୨୩ ଓ ୭୫୧/୨୦୨୩ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୯(ଖ)(ଆଇ)(ଆର ଡବ୍ଲୁ) ଏକ୍ସପ୍ଲୋଜନ ଆକ୍ଟ ଏବଂ ୫ ଓଡିଶା ଫାୟାର କ୍ରାକର ଆଣ୍ଡ ଲାଉଡ ସ୍ପିକର ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହିତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ