ସଦର ନିର୍ବାଚନ ମଣ୍ତଳୀର ଚାନ୍ଦିପୁର ଗ୍ରାମପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସଙ୍କର ବିଶାଳ ବାଇକ ରାଲି

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ବିଶାଳ ଜନସମାବେଶ ଏବଂ ସୋନାପୁର ଛକ ଠାରୁ ବାଇକ ରାଲେ ରେ ବିଧାୟକ ପ୍ରାର୍ଥୀ ଶ୍ରୀ ସ୍ବରୂପ ଦାସ ଯୋଗଦେଇଥିଲେ। ପରିଖି କୁ ଚାନ୍ଦିପୁର ସହିତ ସଂଯୋଗ କରିବା ପାଇଁ ୩୦୦ କୋଟି ଟଂକାର ହାଇଲେବଲ ବ୍ରିଜ୍ ଏବଂ ୩୦ଲକ୍ଷ ଟଂକା ଅଟକଳ ମୂଲ୍ଯରେ ସଂଖ୍ଯାଲଘୁ ସମ୍ପ୍ରଦାୟଙ୍କ ନିମନ୍ତେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଏ ଅଞ୍ଚଳର ଗୌରବକୁ ଦ୍ବିଗୁଣିତ କରୁଛି। ଜନସମୁଦ୍ର ସମର୍ଥନ, ପ୍ରଗାଢ଼ ବିଶ୍ୱାସ ଓ ଦୃଢ଼ ସଂକଳ୍ପ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରେରଣା ସାଜୁଛି। ସଭିଙ୍କୁ ସାଥିରେ ନେଇ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ଦୃଢ଼ ହେଉଛି। ଶ୍ରୀ ଦାସ ଏଥର ଯୋଡ଼ିଶଙ୍ଖରେ ମହର ମାରି ସାଂସଦ ପ୍ରାର୍ଥୀନୀ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରି ଅଞ୍ଚଳର ବିକାଶ ଧାରାକୁ ଆଗେଇନେବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ ଚାନ୍ଦିପୁର ଗ୍ରା:ପ ର ସରପଞ୍ଚ ଶ୍ରୀମତୀ ପୂର୍ଣ୍ଣିମା ଜେନା, ପୂର୍ବତନ ଉପନଗର ପାଳ ଶ୍ରୀ ମନୋଜ ରାଉତ, ଯୁବ ଜନତା ଦଳର ରାଜ୍ଯ ସଂପାଦକ ଶ୍ରୀ ଧୀରେନ ନାୟକ, ବିଜେଡ଼ି ଜିଲ୍ଲା ମହିଳା ସଂପାଦିକା ଶ୍ରୀମତୀ ମନାଲିସା ପାଣୀଗ୍ରାହୀ, ପୂର୍ବତନ ସରପଞ୍ଚ ତପନ ଜେନା, ବାଜେଡ଼ି ପଞ୍ଚାୟତ ସଭାପତି ବସିର ସାହା, ଯୁବନେତା ରମଜାନ ଅଲିଖାଁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ