ସଦର ବିଜେଡିର ଦିବାରାତ୍ର ଗଣ ଧାରଣା ଦିତୀୟ ଦିନରେ ପହଞ୍ଚିଲା
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସଦର ବ୍ଲକ ଏବଂ ପୌରାଞ୍ଚଳରେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ପ୍ରତି ବିଜେପି ବିଧାୟକଙ୍କ ଚାପରେ ବନ୍ଦ କରାଯାଇଥିବାରୁ ପୂର୍ବତନ ସଦର ବିଧାୟକ ସଦର ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ୱରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଗଣ ଧାରଣା ଓ ପ୍ରତିବାଦ ସଭା ଦିତୀୟ ଦିନରେ ପହଞ୍ଚିଛି।ସଦର ବ୍ଲକ ସମ୍ମୁଖରେ ସଦର ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଦିତୀୟ ଦିନର ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗଙ୍କ ଅଧ୍ୟକ୍ଷତା କରି ଥିଲେ।ଏହି ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ରାଜ୍ୟ ନେତ୍ରୀ ଡ ଲେଖାଶ୍ରୀ ସାମନ୍ତ ସିଂହାର ଅତିଥି ଭାବେ ଯୋଗଦେଇ ବିଜେପିର ବିଭିନ୍ନ ଜନ ବିରୋଧୀ କାର୍ଯ୍ୟକୁ ସୋମାଲୋଚନା କରିବା ସଂଗେ ସଂଗେ ଏବେ କନ୍ଧମାଳରେ ଲୋକେ ଭୋକ ଜ୍ବାଳାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ଘଟଣା ବିଜେପିର ଅସଲ ମୁଖା ଖୋଲିଦେଇଛି ବୋଲି ଡ ସିଂହାର ପ୍ରକାଶ କରିଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ବାଲେଶ୍ବର ବିକାଶ ପାଇଁ ଦେଇଥିବା ଅର୍ଥ କାର୍ଯ୍ୟକାରୀ କରିବାରେ ବିଜେପି ସଦର ବିଧାୟକ ଅନ୍ତରାୟ ସୃଷ୍ଟି କରୁଥିବାରୁ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ସେ କହିଥିଲେ।ପୂର୍ବତନ ବିଧାୟକ ସ୍ବରୂପ ଦାସ ଗଣ ଧାରଣାରେ ଉଦବୋଧନ ଦେଇ ଲୋକଙ୍କ ଟିକସ ଅର୍ଥରେ ଆରମ୍ଭ ହୋଇଥିବା ବିକାଶ ମୂଳକ କାର୍ଯ୍ୟରେ ବାଧାଦେଲେ ବିଜେଡି ତାହାର ଜବାବ ଦେବ ବୋଲି କହିଥିଲେ।ଦୁଇଦିନ ଧରି ଚାଲିଥିବା ଏହି ଗଣ ଧାରଣାରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ।ଏହି ପ୍ରତିବାଦ ସଭାରେ ମୁନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ବାଳ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ଟାଉନ ସଭାପତି ସନତ ଦାସ,ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ,ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ବିଜେଡି ନେତା ସଂଗ୍ରାମ ମଲ୍ଲିକ, ଅକୁର ତରେଇ,ସୁଜିତ ପଣ୍ଡା,ବିଜୟାନନ୍ଦ ସ୍ବାଇଁ,ସରପଞ୍ଚ ଅଜିତ ମହାପାତ୍ର,ଲକ୍ଷ୍ମୀକାନ୍ତ ଜେନା,କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି,କାଉସିଲର ମିତା ପଟ୍ଟନାୟକ,କବିତା ମୃମୁ,ମିରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତା ରାଣୀ ଦାସ,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ଶଶିରେଖା ମହାନ୍ତି,ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉନସିଲର ସାକିର ଖାନ,ସଂଜୟ ବେହେରା,ବିଶ୍ବଜିତ ମହାପାତ୍ର,ନଳିନୀକାନ୍ତ ଦାସ,ଅଶୋକ ଆଢ୍ୟ,ଅଶୋକ ଦାସ,ସୁନିଆ ମୃମୁ,ଅତୁଲ ଶତପଥୀ, ଦେବାଶିଷ ଦାଶ,ପ୍ରଫୁଲ୍ଲ ଜେନା,ଅଶୋକ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ,ୱାର୍ଡ ସଭ୍ୟ ତଥା ବିଜେଡି ନେତୃବୃନ୍ଦ ଯୋଗଦେଇ ବିଜେପି ସରକାରର ଏତାଦୃଶ ଜନବିରୋଧି କାର୍ଯ୍ୟକୁ ତିବ୍ର ସୋମାଲୋଚନା କରିଥିଲେ।