ସଦର ବିଜେଡି ପକ୍ଷରୁ କଲାମ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତାଦଳ ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ପୂର୍ବତନ ରାଷଟ୍ରପତି ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କ ୯୨ତମ ଜୟନ୍ତୀ ସହର ଷ୍ଟେସନଛକଠାରେ ପାଳିତ ହୋଇଯାଇଛି । ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଷ୍ଟେସନଛକ ଠାରେ ଥିବା ଡ. କଲାମଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଅବଦୁଲ କଲାମଙ୍କର ବାଲେଶ୍ୱର ସହିତ ଥିବା ସମ୍ପର୍କକୁ ଉପରେ ଆଲୋକପତା କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଦେଇ ଡ. କାଲାମଙ୍କ ବାଲେଶ୍ୱରକୁ ଆଜି ବିଶ୍ୱସ୍ତରୀୟ ପରିଚିତି ମିଳିପାରିଛି ବୋଲି କହିଥିଲେ । ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, କାଉନସିଲର ମୀନା ମହାନ୍ତି, ଶୋଭା ମହାପାତ୍ର, କାର୍ତିକ ସାହୁ, ସବିତାରାଣୀ ଦାସ, ଶେଖ ଆୟୁବ, ପୂର୍ବତନ କାଉନସିଲର ସାକିର ଖାନ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ବିଜେଡି ଏସ ସେଲ ଜିଲା ସଭାପତି ପ୍ରଫେସର ଶତ୍ରୁଘ୍ନ ମଲିକ, ବିଜୁ ଯୁବ ଜନତା ଦଳର ଜୋନାଲ ସାଧାରଣ ସମ୍ପାଦକ ଧୀରେନ ନାୟକ, ସଦର ବିଜେଡି ଯୁବ ସଭାପତି ଶେଖ ଅନସର, ଟାଉନ ଯୁବ ବିଜେଡି ସଭାପତି ଉମାଶଙ୍କର ତିଆଡ଼ି ପ୍ରମୁଖ ଏଥିରେ ଯୋଗଦେଇ ଡ. କଲାମଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।