ସଦର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ସଦର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ୭୧ତମ ଜନ୍ମ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏନେଇ ସହରର ବିବେକାନନ୍ଦ ମାର୍ଗସ୍ଥିତ ଲଳିତେଶ୍ୱରୀ କାଳୀ ମନ୍ଦିରରେ ମୋଦିଜୀଙ୍କ ଦୀର୍ଘାୟୁ କାମନା ସହ ପୂଜାର୍ଚ୍ଚନା ଓ ସାମୂହିକ ଦୀପଦାନ କରାଯାଇଥିଲା । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦେଶର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନେତୃତ୍ୱର ଏକାନ୍ତ ଅବଶ୍ୟକ ହୋଇଥିବା ଶ୍ରୀ ଦତ୍ତ କହିଥିଲେ । ଦେଶର ପ୍ରତିଟି କ୍ଷେତ୍ରରେ ବିକାଶର ଧାରା ବୋହି ଚାଲିଥିବା ବେଳେ ସଡ଼କ, ରେଳ, ବନ୍ଦର, ବିମାନସେବା ଆଦିର ସମ୍ପ୍ରସାରଣ ଏବଂ ନୂତନତ୍ୱ ପରିଲକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ରକୁ ପାଥେୟ କରି ଜନକଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଦତ୍ତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଷମା ବିଶ୍ୱାଳ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସତ୍ୟଜିତ ମିଶ୍ର, ବୈଲୋଚନ ଦାସ, ବିଜୟ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ