ସଦର ବିଜେପି ପକ୍ଷରୁ ବାଜପେୟୀ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ସଦର ଶାଖା ପକ୍ଷରୁ ସୁଶାସନ ଦିବସ ପାଳନ କରାଯାଇଅଛି । ସଦର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାମାନେ ସ୍ୱର୍ଗତ ବାଜପେୟୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ୧୯୯୯ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ସମ୍ପର୍କରେ ବିଜେପି କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହେବାକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଦଳ ପକ୍ଷରୁ ହଳଦୀପଦା ଠାରେ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ପୂର୍ବତନ କାଉନସିଲର ସୁଜିତ ଦେବ ଓ ଉପେନ୍ଦ୍ର ଶତପଥୀ, ପ୍ରବୀର ଶଙ୍କର ଦାଶ, ବୈଲୋଚନ ଦାଶ, ଗୌର ସାହୁ, ବିଜୟ ପାଣିଗ୍ରାହୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ପ୍ରତିମା ବେହେରା, ଭାରତୀ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ଆରସିଏମଏସ ସଭାପତି ସର୍ବେଶ୍ୱର ମହାନ୍ତି, ସରପଞ୍ଚ ରବି ପ୍ରଧାନ, ଧୀରଜ ମହାନ୍ତି, ଆଶିଷ ଘୋଷ, ଅଶୋକ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ମହେଶ ସିଂ, ଆଶିଷ ମହାନ୍ତି, ଜୟନ୍ତ ଜେନା, ନାରାୟଣ ଦତ୍ତ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ