ସଦର ବିଜେପି ପକ୍ଷରୁ ବାଲେଶ୍ୱର ବନ୍ଦ

ବାଲେଶ୍ୱର, (ସରୋଜ ପଣ୍ଡା) : ମୃତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ବିଜେପି ପକ୍ଷରୁ ବାଲେଶ୍ୱରରେ ବନ୍ଦ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ କର୍ମୀମାନେ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବନ୍ଦକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ବିଶେଷ କରି ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟରେ ଅତିଷ୍ଠ ସାଧାରଣ ଲୋକେ ସ୍ୱତପୂର୍ତ୍ତ ଭାବେ ଏହି ବନ୍ଦକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜିର ଏହି ବନ୍ଦ କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତଙ୍କ ସମେତ ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସତ୍ୟଜିତ ମିଶ୍ର, ଲୋକନାଥ ଭୂୟାଁ, ବୈଲୋଚନ ଦାସ, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ରାଜେନ୍ଦ୍ର ଚାଟାର୍ଜୀ, ଲକ୍ଷ୍ମୀଧର ବେହେରା, ବିଭୁପଦ ଦାସ, ମନ୍ମଥ ପାତ୍ର, ସର୍ବେଶ୍ୱର ପାତ୍ର, ମାଧବାନନ୍ଦ ସାହୁ, ବଳରାମ ପାତ୍ର, ବିବେକାନନ୍ଦ ରାଉତ, ଅଶୋକ ଦାସ, ତରୁଣ ବର୍ଦ୍ଧନ, ସୁଶାନ୍ତ ବର୍ଦ୍ଧନ, ଶ୍ରୀକାନ୍ତ ମହାପାତ୍ର, ବିକାଶ ପାଢୀ, ଧୀରଜ ମହାନ୍ତି, ବିନୟ ମହାରଣା, ଅରୁପ ଜେନା, ପବନ କମିଳା, ତପନ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ